ଭୁବନେଶ୍ବର : ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଏହା ଦୁଇଟି ପର୍ଯ୍ୟାୟରେ ଅଗଷ୍ଟ ୮ ତାରିଖ ଯାଏ ଚାଲିବ। ଏଥିରେ ମୋଟ୍ ୩୦ଟି କାର୍ଯ୍ୟଦିବସ ରହିଛି। ୨୮ ତାରିଖରେ ନୂଆ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ।
ଅଧିବେଶନର ପ୍ରଥମ ଦିନ ଅର୍ଥାତ ଆଜି ପୂର୍ବାହ୍ନ ୧୧ଟାରେ ରାଜ୍ୟପାଳ ଉଦ୍ବୋଧନ ଦେବା ସହ ଅଧିବେଶନ ଆରମ୍ଭ ହୋଇଛି।
/sambad/media/post_attachments/wp-content/uploads/2019/06/Odisha-assembly.jpg)
ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଅଭିଭାଷଣ ଆରମ୍ଭ କରି ବିଜୟ ଲାଗି ରାଜ୍ୟ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ସରକାର ପ୍ରଥମ ଦିନରୁ ପ୍ରତିଶ୍ରୁତି ପୂରଣ ଲାଗି ଉଦ୍ୟମ କରିଛନ୍ତି। ସେ କହିଛନ୍ତି, ‘ମୋ ସରକାରକୁ ଲଗାତର ପଞ୍ଚମ ଥର ପାଇଁ ସଫଳତା ମିଳିଛି, ମୋ ସରକାର ବାତ୍ୟାକୁ ସଫଳତାର ସହ ମୁକାବିଲା କରିଛି। ଛାତ୍ରଛାତ୍ରୀଙ୍କୁ ବିନା ସୁଧରେ ଶିକ୍ଷା ଋଣ ଯୋଗାଇ ଦିଆଯାଇଛି, ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନାରେ ସମସ୍ତଙ୍କୁ ସ୍ବାସ୍ଥ୍ୟସେବା ମିଳୁଛି ।’
/sambad/media/post_attachments/wp-content/uploads/2019/06/Assembly_Governor_First-Session-June.jpg)
ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ପୂର୍ବରୁ ରାଜ୍ୟପାଳଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତି ରାଜ୍ୟପାଳଙ୍କୁ ପାଛୋଟି ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Governor-Welcome-Speech-in-Assembly_Thumbnail.jpg)