ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଦେଖି ଆଗକୁ ବଢିପାରିଲେନି ରାଜ୍ୟପାଳ ଗଣେଶୀ ଲାଲ

ଗାଡିରୁ ଓଲ୍ଲାଇ ଛାତ୍ରଛାତ୍ରୀ ଓ ଅଧ୍ୟକ୍ଷଙ୍କ ସହ କଲେ ଆଲୋଚନା

ଲକ୍ଷ୍ମୀପୁର: ଦକ୍ଷିଣ ଓଡ଼ିଶାକୁ ଚାରିଦିନିଆ ଗସ୍ତରେ ଆସିଥିବା ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଗୁରୁବାର କୋରାପୁଟରୁ ରାୟଗଡା ଅଭିମୁଖେ ସଡକ ପଥରେ ଯିବା ସମୟରେ ଲକ୍ଷ୍ମୀପୁର ମହାବିଦ୍ୟାଳୟ ସମ୍ମୁଖରେ କିଛି ସମୟ ପାଇଁ ଅଟକି ଯାଇଥିଲେ। ରାଜ୍ୟପାଳ କିଏ ଓ କେମିତି ଯାଉଛନ୍ତି ସଡକ ପଥରେ ସେ ପୁଣି କଲେଜ୍‌ ସମ୍ମୁଖ ଦେଇ, ଯଦି ରାଜ୍ୟପାଳଙ୍କୁ ଟିକିଏ ଦେଖା ମିଳିଯାଏ ତାହେଲେ ହାତ ଟେକି ଅଭିନନ୍ଦନ ଜଣାଇବା ସକାଶେ ଅପେକ୍ଷା କରି ରହିଥିଲେ ଛାତ୍ରଛାତ୍ରୀ।

ଛାତ୍ରଛାତ୍ରୀଙ୍କ ଏପରି ଭାବନାକୁ ବୋଧେ ରାଜ୍ୟପାଳ ହୃଦୟଙ୍ଗମ କରିଥିଲେ। ଏପରିକି ଛାତ୍ରଛାତ୍ରୀ ହାତ ଟେକି ଅଭିନନ୍ଦନ ଜଣାଇବା ସକାଶେ ରାଜ୍ୟପାଳଙ୍କ ଗାଡି କଲେଜ ସମ୍ମୁଖରୁ କିଛି ଦୁର ଆଗକୁ ଚାଲିଯାଇଥିଲେ ମଧ୍ୟ ଗାଡି ପଛକୁ ଫେରିବା ସହ ରାଜ୍ୟପାଳ ନିଜେ କଲେଜ ସମ୍ମୁଖରେ ଆସି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏପରିକି ଅଧ୍ୟକ୍ଷ ବିରେନ୍‌ କୁମାର ଶତପଥୀ ମଧ୍ୟ କିଛି ସମୟ କଥାବାର୍ତା ପାଇଁ ସୁଯୋଗ ପାଇଥିଲେ। ମହାବିଦ୍ୟାଳୟ ସମ୍ମୁଖରେ ଓଲ୍ଲାଇ ରାଜ୍ୟପାଳ ଅଧ୍ୟକ୍ଷଙ୍କୁ କଲେଜ୍‌ ଛାତ୍ର ଛାତ୍ରୀଙ୍କ ସଂଖ୍ୟା କେତେ ବୁଝିବା ସହ ପାଠ ପଢି ଉପରେ ମଧ୍ୟ ପଚାରିଥିଲୋ ଛାତ୍ରଛାତ୍ରୀଙ୍କୁ ଭଲ ଭାବେ ପାଠ ପଢିବା ସକାଶେ ପରାମର୍ଶ ଦେବା ସହ ମହାବିଦ୍ୟାଳୟ ଭିତରେ ରାଜ୍ୟପାଳ ଯିବାକୁ ଇଚ୍ଛା ପ୍ରକାଶ କରିଥିବା ବେଳେ ସମୟ ଅଭାବ କାରଣରୁ ସେ ଯାଇପାରୁନଥିବା କହି ରାୟଗଡା ଅଭିମୁଖେ ବାହାରି ପଡିଥିଲେ।

ରାଜ୍ୟପାଳ ରହିବା ପରେ ପୁଲିସ ଉପରେ ଏକ ପ୍ରକାର ଛନକା ପସିଯାଇଥିଲା। ରାଜ୍ୟପାଳଙ୍କ ଗାଡି ସମ୍ମୁଖରେ ଥିବା ପାଇଲଟିଂ ଗାଡି ଓ ପୁଲିସ ଗାଡି ମଧ୍ୟ କିଛି ଦୂର ଆଗକୁ ଚାଲିଯାଇଥିଲା। କାରଣ ଲକ୍ଷ୍ମୀପୁରରେ ରାଜ୍ୟପାଳଙ୍କ ରହିବା କାର୍ଯ୍ୟକ୍ରମ କିଛି ନଥିଲା। ରାଜ୍ୟପାଳ କଲେଜ୍‌ ସମ୍ମୁଖରେ ରହି ଛାତ୍ରଛାତ୍ରୀଙ୍କ ପ୍ରତି ଥିବା ତାଙ୍କ ମମତାର ଉଦାହରଣ ଦେଇ ଚାଲିଯାଇଥିବା ଗସ୍ତ ପରେ ଛାତ୍ରଛାତ୍ରୀ ପ୍ରକାଶ କରିଛନ୍ତିା ଅନ୍ୟପକ୍ଷେ ଜେଡ୍‌ ପ୍ଲସ ସିକ୍ୟୁରିଟିରେ ସଡକ ପଥରେ ଯାଉଥିବା ମହାମହିମ ରାଜ୍ୟପାଳଙ୍କ ଏପରି ଅଚାନକ ରହଣୀ ପୋଲିସ ଓ ସୁରକ୍ଷାକର୍ମୀଙ୍କ ପାଇଁ ଚିନ୍ତାର କାରଣ ପାଲଟି ଥିଲା।

ସମ୍ବନ୍ଧିତ ଖବର