୧୨ରେ ସରଳା ଦେବୀ ସ୍ମୃତି ସମାରୋହ : ଯୋଗ ଦେବେ ରାଜ୍ୟପାଳ ,ସମ୍ମାନିତ ହେବେ ଜୟନ୍ତୀ ପଟ୍ଟନାୟକ

କଟକ : ସ୍ୱାଧୀନତା ସଂଗ୍ରାମୀ ତଥା ସୁଲେଖିକା ସରଳା ଦେବୀଙ୍କ ସ୍ମୃତି ସମାରୋହ ଆସନ୍ତା ୧୨ତାରିଖ ସଂଧ୍ୟା ସାଢ଼େ ୬ଟାରେ ସାରଳା ଭବନରେ ଅନୁଷ୍ଠିତ ହେବ। ସରଳା ଦେବୀ ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଯୋଗଦେବାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି। ଏହି ସମାରୋହରେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ପ୍ରତିଭା ରାୟ, ସୀତାକାନ୍ତ ମହାପାତ୍ର, ଅଧ୍ୟାପକ ବିଶ୍ୱରଞ୍ଜନ, ଗାଳ୍ପିକ ବିଜୟ କୁମାର ନାୟକ, ଇଞ୍ଜିନିୟର ପ୍ରଭାକର ସ୍ୱାଇଁ, ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସମାରୋହରେ ସରଳା ଦେବୀଙ୍କ ରଚନାବଳୀ ଉନ୍ମୋଚିତ ହେବା ସହିତ ପୂର୍ବତନ ସାଂସଦ ତଥା ଲେଖିକା ଜୟନ୍ତୀ ପଟ୍ଟନାୟକଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ‘ସରଳାଦେବୀ ସ୍ମୃତି ସମ୍ମାନ’ ପ୍ରଦାନ କରାଯିବ। ଏହି ସାରସ୍ୱତ ସମାରୋହରେ ବହୁ ସଂଖ୍ୟାରେ ଯୋଗଦେବାକୁ ସ୍ମୃତି ସଂସଦ ସଭାପତି ରୁମ୍‌ଝୁମ୍‌ ନାୟକ ଓ ସଂପାଦକ ଲକ୍ଷ୍ମୀପ୍ରକାଶ ମହାପାତ୍ର ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର