ଡ୍ରିମ୍‌ସ ବିଶ୍ବବିଦ୍ୟାଳୟ ବିଲ୍‌ ଫେରାଇଲେ ରାଜ୍ୟପାଳ

ଭୁବନେଶ୍ବର : ରାଜ୍ୟପା‌ଳ ପ୍ରଫେସର ଗଣେଶୀ ଲାଲ୍ ଡ୍ରିମ୍‌ସ ବିଶ୍ବବିଦ୍ୟାଳୟ ବିଲ୍‌କୁ ସଂଶୋଧନ ପାଇଁ ଫେରାଇ ଦେଇଛନ୍ତି। ଏନେଇ ଆଜି ବାଚସ୍ପତି ବିକ୍ରମ କେଶରୀ ଆରୁଖ ବିଧାନସଭାରେ ସୂଚନା ଦେଇଛନ୍ତି। ଏହି ବିଲ୍‌ରେ ବିଶ୍ବବିଦ୍ୟାଳୟର କୁଳପତି ଏବଂ ପରିଚାଳନା ‌ବୋର୍ଡର କ୍ଷମତା ସଙ୍କୁଚିତ କରାଯାଇଥିବା ଦୃଷ୍ଟିରୁ ଏହାକୁ ସଂଶୋଧନ କରିବାକୁ ପଠାଯାଇଛି।

ସମ୍ବନ୍ଧିତ ଖବର