ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ: କିଛି ତଥ୍ୟ

ଚଳିତବର୍ଷ ୫୨ ହଜାର ୯୫୯ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଂପୃକ୍ତ ଥାଇ ୯ ମାସରେ ୧୦୨୨ କୋଟି ଟଙ୍କାର ବ୍ୟବସାୟ କରିଛନ୍ତି।
୧.୪୩ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପାଇଁ ୨୫୫୪ କୋଟିର ବ୍ୟାଙ୍କ ଋଣ ଯୋଗାଇ ଦିଆଯାଇଛି।
୨୦୨୦-୨୧ ବର୍ଷରେ ୨.୮ଲକ୍ଷ ନିୟୁତ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।
କେନ୍ଦୁଝର ଓ ସୁନ୍ଦରଗଡ଼ରେ ଆରମ୍ଭ ହୋଇଥିବା ମିଲେଟ୍ ଯୋଗାଣ କାର୍ଯ୍ୟକ୍ରମକୁ ଜାତୀୟସ୍ତରରେ ପ୍ରଶଂସା।
ଇଜି ଅଫ୍ ଡୁଇଙ୍ଗ୍ ଏଗ୍ରି ବିଜିନେସ୍‌ରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା କାର୍ଯ୍ୟକାରୀ ହେଉଛି।
କଳାହାଣ୍ଡି ଜିଲ୍ଲାର ୫ଟି ଅଙ୍ଗନବାଡି କେନ୍ଦ୍ରକୁ ଆଇଏସ୍‌ଓ ପ୍ରମାଣ ପତ୍ର।
ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟର ୯୨.୬ ଲକ୍ଷ ପରିବାରର ୩.୨୪ କୋଟି ଲୋକ ସାମିଲ ଅଛନ୍ତି।
୧ଟଙ୍କାରେ ୧.୬୩ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଓ ୨୩ ହଜାର ୮୯୦ ମେଟ୍ରିକ୍ ଟନ୍ ଗହମ ପ୍ରତି ମାସରେ ଦିଆଯାଉଛି।
ରାଜ୍ୟର ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାରେ ୩.୬୩ ଲକ୍ଷ ପରିବାରର ୧୦.୯୮ ଲକ୍ଷ ବ୍ୟକ୍ତିଙ୍କୁ ଟଙ୍କିକିଆ ଚାଉଳ ମିଳୁଛି।
ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ପାଇଁ ୪.୭ ଲକ୍ଷ ନଳକୂପ, ପରିମଳ କୂପ ସ୍ଥାପନ ହୋଇଛି।
୧୩ ହଜାର ୫୦ ପାଇପ ଯୋଗାଣ ପ୍ରକଳ୍ପ ସ୍ଥାପନ କରିଛନ୍ତି ସରକାର।
୨୦୨୧ରେ ୬୩୭ଟି ନୂଆ ପାଇପ୍ ପାନୀୟ ଜଳ ପ୍ରକଳ୍ପ ସମେତ ୮୬୦ ପ୍ରକଳ୍ପ କାର୍ଯ୍ୟ ସରିଛି।
୧୨୦୦ ଲୌହ ଅପସାରଣ ପ୍ରକଳ୍ପ ଏବଂ ୬୪୦ଟି ଫ୍ଲୋରାଇଡ୍ ଅପସାରଣ ପ୍ରକଳ୍ପ ସ୍ଥାପନ ହୋଇଛି।
୨୦୨୦ ଏପ୍ରିଲରୁ ସ୍ବଚ୍ଛ ଭାରତ ମିସନ୍ (ଗ୍ରାମୀଣ)ର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି।
ରାଜ୍ୟରେ ୭୫୦୦ କୋଟି ବ୍ୟୟରେ ୬୬ ଲକ୍ଷ ଶୌଚାଳନ ନିର୍ମାଣ ହୋଇଛି। ୭୪୭ଟି ସମୂହ ଶୌଚାଳୟ ବି ନିର୍ମାଣ କରାଯାଇଛି।
ମମତା ଯୋଜନାରେ ୪୫.୩୦ ଲକ୍ଷ ଗର୍ଭବତୀ ଓ ପ୍ରସୂତୀଙ୍କ ଆକାଉଣ୍ଟକୁ ୨୧୩୩ କୋଟି ସହାୟତା ରାଶି ଦିଆଯାଇଛି।
ଜନଜାତି ଛାତ୍ରଛାତ୍ରୀଙ୍କୁ ଆବାସିକ ଶିକ୍ଷା ସୁବିଧା ପାଇଁ ୧୭୩୫ଟି ଆବାସିକ ବିଦ୍ୟାଳୟ କରାଯାଇଛି।
୪.୫ ଲକ୍ଷରୁ ଅଧିକ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ୬୯୫୪ ଛାତ୍ରାବାସ ନିର୍ମାଣ କରି ଓଡ଼ିଶା ଦେଶରେ ଆଗରେ।
୧୪ଟି ସର୍ବାଧିକ ଦାଦନ ଶ୍ରମିକ ସ୍ଥାନାନ୍ତର ପ୍ରବଣ ଅଞ୍ଚଳରେ ୨୪ ଘଣ୍ଟିଆ ଦେୟମୁକ୍ତ ଶ୍ରମିକ ସହାୟତା ହେଲ୍ପ ଲାଇନ୍।
୨୯ ଜିଲ୍ଲାରେ ୨୧୪ ଓଡ଼ିଆ ଆଦର୍ଶ ବିଦ୍ୟାଳୟରେ ପଢ଼ୁଛନ୍ତି ୭୨ ହଜାର ୭୦୧ ଛାତ୍ରଛାତ୍ରୀ।
୨୦୨୦-୨୧ରେ ୨.୬୯ କୋଟି ପାଠ୍ୟପୁସ୍ତକ ବଣ୍ଟାଯାଇଛି।
ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ୬.୨୦ ଲକ୍ଷରୁ ଅଧିକ ପରୀକ୍ଷା ଦର୍ପଣ ବାଣ୍ଟିଛନ୍ତି ସରକାର।
ମେଧାବୃତ୍ତି ଯୋଜନାରେ ୩୫ ହଜାର ୪୯୦ ମେଧାଙ୍କୁ ୧୭.୭୫ କୋଟି ଟଙ୍କାର ଛାତ୍ରବୃତ୍ତି ପ୍ରଦାନ।
୩୫୬୯ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ଭାଷା ବୃତ୍ତି ପୁରସ୍କାର ଓ ୧୦୬୧ ବିଦ୍ୟାଳୟକୁ ଶ୍ରେଷ୍ଠ ବିଦ୍ୟାଳୟ ପୁରସ୍କାର ଦିଆଯାଇଛି।
‘ମୋ ସ୍କୁଲ’ ଅଭିଯାନରେ ୧୭ ହଜାର ୩୯୬ ସ୍କୁଲ ସାମିଲ, ୫୮.୭୦ କୋଟି ସ୍ବେଚ୍ଛାକୃତ ଅନୁଦାନ ମିଳିଛି।
ପ୍ରତି ଶି​ଳ୍ପ ଅନୁଷ୍ଠାନରେ ବାଳିକାଙ୍କ ଉପସ୍ଥାନ ୩୦ ପ୍ରତିଶତକୁ ବୃଦ୍ଧି ଲକ୍ଷ୍ୟ।
୨୦୧୯-୨୦ରେ ୩.୩ ଲକ୍ଷ ଯୁବକ ଯୁବତୀଙ୍କୁ ମିଳିଛି ସାମାଜିକ ଦକ୍ଷତା ବିକାଶ ପ୍ରଶିକ୍ଷଣ।
ନୀତି ଆୟୋଗ ଓ ଭାରତ ସରକାରଙ୍କ କୃଷି ମନ୍ତ୍ରାଳୟ ଓଡ଼ିଶା ମିଲେଟ୍ ମିସନକୁ ସର୍ବୋତ୍ତମ ମଡ଼େଲ କହିଛନ୍ତି।
ମତ୍ସ୍ୟଚାଷ କ୍ଷେତ୍ରରେ ଦୁଇଟି ଜାତୀୟ ପୁରସ୍କାର ପାଇଛି ରାଜ୍ୟ।
ଓଡ଼ିଶା ପର୍ଯ୍ୟଟନ ୧.୨ ଲକ୍ଷ ଲୋକଙ୍କୁ ପ୍ରତ୍ୟେକ୍ଷ ନିଯୁକ୍ତି ପ୍ରଦାନ କରିଛି। ଏହି କ୍ଷେତ୍ରରେ ସମୁଦାୟ ନିଯୁକ୍ତି ୧୦ ଲକ୍ଷ ହେବ ବୋଲି ଆକଳନ କରାଯାଇଛି।
୨୦୨୦-୨୧ରେ ୫୫୦୪ କିଲୋମିଟର ଗ୍ରାମାଞ୍ଚଳ ରାସ୍ତା ନିର୍ମାଣ ଲକ୍ଷ୍ୟ ରହିଛି। ୨୫୦ରୁ ଅଧିକ ପୋଲ କାମ ବି ସରିବ।
ସେସୁ, ସାଉଥ୍‌କୋ ଓ ୱେସ୍କୋର ପରିଚାଳନା ଦାୟିତ୍ବ ୩ଟି ଯୌଥ ଉଦ୍ୟୋଗକୁ ଦିଆଗଲା। ସରକାରଙ୍କ ହାତରେ ୪୯ ପ୍ରତିଶତ ଓ ଟାଟା ପାଵାର କଂପାନି ପାଖରେ ରହିଲା ୫୧ ପ୍ରତିଶତ ଅଂଶଧନ।
ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନାରେ ପ୍ରାୟ ୧୬ ହଜାର ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି।

ସମ୍ବନ୍ଧିତ ଖବର