ରାଜ୍ୟପାଳ ପଦକ ଘୋଷଣା : ୭ଟି ବିଭାଗରେ ପାଇବେ ୨୦ ଜଣ

ଭୁବନେଶ୍ବର : ସାଧାରଣତନ୍ତ୍ର ଦିବସ ଅବସରରେ ୨୦୨୦ ବର୍ଷ ପାଇଁ ଆଜି ରାଜ୍ୟପାଳ ପଦକ ଘୋଷଣା କରାଯାଇଛି। ମୋଟ ୭ଟି ବିଭାଗରେ ଏହି ପଦକ ପ୍ରଦାନ କରାଯିବ। ପ୍ରଥମ ବିଭାଗରେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଡିଆଇଜି ଜୟନାରାୟଣ ପଙ୍କଜ, ଏସଆଇଡବ୍ଲୁ ଡିଆଇଜି ଅନିରୁଦ୍ଧ କୁମାର ସିଂ, ଦ୍ବିତୀୟ ବିଭାଗରେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ, କେନ୍ଦୁଝର ଏସପି ମିତ୍ରଭାନୁ ମହାପାତ୍ର, ତୃତୀୟ ବିଭାଗରେ ଭିଜିଲାନ୍ସ ନିର୍ଦ୍ଦେଶାଳୟର ଅତିରିକ୍ତ ଏସପି ଅଶ୍ବିନୀ କୁମାର ପଟ୍ଟନାୟକ, ଅନୁଗୁଳ ଏସଡିପିଓ ଦାୟିତ୍ବରେ ଥିବା ଅଶ୍ବିନୀ କୁମାର ସାହୁ, ଚତୁର୍ଥ ବିଭାଗରେ ଏସଆଇଡବ୍ଲୁ ଇନ୍ସପେକ୍ଟର ସନ୍ତୋଷ କୁମାର ସାହୁ, ଝାରସୁଗୁଡା ଦ୍ବିତୀୟ ବାଟାଲିଅନର ସୁବେଦାର ଦିଲ୍ ବାହାଦୁର ଛେତ୍ରି, ସମ୍ବଲପୁର ଭିଜିଲାନ୍ସ ଡିଭିଜନର ଇନ୍ସପେକ୍ଟର ସଦାନନ୍ଦ ପାଣି, ପଞ୍ଚମ ବିଭାଗରେ ରାଉରକେଲା ଚତୁର୍ଥ ବାଟାଲିଅନର ଡେପୁଟି ସୁବେଦାର ତୀର୍ଥରାଜ ସାହୁ, କଟକ ଡ୍ରିଲ ସବଇନ୍ସପେକ୍ଟର ଏମଡି. ସବିର, ନୂଆପଡ଼ା ଜୋଙ୍କ ଥାନା ସବଇନ୍ସପେକ୍ଟର ବିନୋଦ ବିହାରୀ ସେଠୀ, ଷଷ୍ଠ ବିଭାଗରେ ଭିଜିଲାନ୍ସ ନିର୍ଦ୍ଦେଶାଳୟର ଏଏସ୍ଆଇ ଭରତ ଭୂଷଣ ପଟ୍ଟନାୟକ, ମାଲକାନଗିରି ରିଜର୍ଭ କାର୍ଯ୍ୟାଳୟର ହାବିଲଦାର ପବିତ୍ର ମୋହନ ନାୟକ ଓ ହାବିଲଦାର ଶିବଶଙ୍କର ନାୟକ, ସପ୍ତମ ବିଭାଗରେ କ୍ରାଇମବ୍ରାଞ୍ଚ ଏସଟିଏଫରେ କାର୍ଯ୍ୟରତ ସିପାହୀ ପୀତବାସ ମିଶ୍ର, ଏସଆଇଡବ୍ଲୁ କନଷ୍ଟେବଳ ମନ୍ମଥନାଥ ବରଦା ଓ ସୁନୀଲ ତ୍ରିପାଠୀ, ମାଲକାନଗିରି ଜିଲ୍ଲା କ୍ରାଇମ ରେକର୍ଡ ବ୍ୟୁରୋ କନଷ୍ଟେବଳ ଡୁକା ଦେବୀ କୁମାର ଓ ଭିଜିଲାନ୍ସ ନିର୍ଦ୍ଦେଶାଳୟର କନଷ୍ଟେବଳ ମଞ୍ଜୁଲତା ମିଶ୍ରଙ୍କ ନାଁ ଘୋଷଣା କରାଯାଇଛି। ଏମାନେ ଅଗଷ୍ଟ ୧୫ରେ ପଦକ ପାଇବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର