ଭବାନୀପାଟଣା/ଧର୍ମଗଡ଼: ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା କରିଥିବା ତାଙ୍କ ସ୍ତ୍ରୀ ସୁଷମା ସାହୁ ଗ୍ରହଣ କରିପାରୁନାହାନ୍ତି। ଏନେଇ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଯେ, ମୋ ସ୍ୱାମୀ ଭୀରୁ କିମ୍ବା କାପୁରୁଷ ନ ଥିଲେ। ସେ ସବୁବେଳେ ପ୍ରତ୍ୟେକ ପରିସ୍ଥିତିର ମୁକାବିଲା କରୁଥିଲେ। ସେ କେବେ ବି ଆତ୍ମହତ୍ୟା କରି ନ ଥିବେ। ସୋମବାର ରାତି ୧୧ଟାରେ ମୋ ସହ କଥା ହୋଇଥିଲେ। ସେ ଭଲରେ ଥିବା କଥା କହିବା ସହ ମୋର ଓ ପିଲାମାନଙ୍କ ସମ୍ପର୍କରେ ପଚାରି ବୁଝିଥିଲେ। ତାଙ୍କ କଥାବାର୍ତ୍ତାରୁ ତସେ କୌଣସି ମାନସିକ ଚାପ କିମ୍ବା କୌଣସି ଅସ୍ୱାଭାବିକ ଲକ୍ଷ୍ୟ କରି ନଥିଲି।

Advertisment

ଆଜି ସେ କଣ୍ଟାବା଼ଞ୍ଝି ଏଡିଜେ କୋର୍ଟରେ ହାଜର ହେବାର ଥିଲା। କିନ୍ତୁ ସେ ଆତ୍ମହତ୍ୟା କରିଥିବେ ବୋଲି ମୋର ଆଦୌ ବିଶ୍ୱାସ ହେଉ ନାହିଁ। ସେ ଯଦି ଆତ୍ମହତ୍ୟା କରିବାର ଥିଲା ତାହେଲେ ଏହି କେସର ଆରମ୍ଭ ଦିନଠୁ ହିଁ ଆତ୍ମହତ୍ୟା କରିପାରିଥାନ୍ତେ। ଏହା ଏକ ସୁପରିକଳ୍ପିତ ହତ୍ୟା ବୋଲି ପ୍ରକାଶ କରିବା ସହ କେଗାଁ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ସମୟରେ ସଦର ଏସ୍‌ଡିପିଓ ସୁନାରାମ ହେମରମ ଓ ଥାନା​ ଆଇଆଇସି ପ୍ରଶାନ୍ତ କୋଲାହାରାସ ମଧ୍ୟ ଉପସ୍ଥିତ ଥିଲେ। ଗୋବିନ୍ଦ ତାଙ୍କ ପଛରେ ପତ୍ନୀ ସୁଷମାଙ୍କ ସହ ତିନି ଝିଅ ଓ ଏକମାତ୍ର ପୁଅଙ୍କୁ ଛାଡ଼ି ଯାଇଛନ୍ତି। ବଡ଼ ଝିଅ ଲିପି ସାହୁ (୨୪) ଓ ମଝିଆ ଝିଅ ଲିସା ସାହୁ (୨୧) ବେଙ୍ଗାଲୁରୁରେ ବେସରକାରୀ ସଂସ୍ଥାରେ ଚାକିରି କରୁଛନ୍ତି। ସାନ ଝିଅ ଲିଜା ସାହୁ (୧୯) ଓ ପୁଅ ଚିନୁ ସାହୁ (୧୬) ଭୁବନେଶ୍ୱରେ ପାଠ ପଢ଼ୁଛନ୍ତି। ତେବେ ପୁଅ ଚିନୁ ଛୁଟିରେ ଘରକୁ ଆସିଥିବା ଜଣାପଡ଼ିଛି।