କଟକ : ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଛି। ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ କେତେକ ଅତିରିକ୍ତ ତଥ୍ୟ ଦାଖଲ ପାଇଁ ଆବେଦନକାରୀଙ୍କ ପକ୍ଷରୁ ଅଧିକ ସମୟ ଲୋଡା ଯାଇଥିଲା। ଫଳରେ ମାମଲାର ଶୁଣାଣି ଘୁଞ୍ଚିଥିଲା।
ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୧, ଅକ୍ଟୋବର ୧୩ରେ ମମିତାଙ୍କ ପରିବାର ପକ୍ଷରୁ ସିନ୍ଧିକେଲା ଥାନାରେ ଏତଲା ଦିଆଯାଇଥିବା ବେଳେ ଗୋବିନ୍ଦଙ୍କୁ ଅଟକ ରଖି ପୁଲିସ ପଚରାଉଚୁରା କରିଥିଲା। ଅକ୍ଟୋବର ୧୭ରେ ଗୋବିନ୍ଦ ପୁଲିସ ହେପାଜତରୁ ଖସି ଯାଇଥିବାବେଳେ ଅକ୍ଟୋବର ୧୯ରେ ପୁଲିସ ତାଙ୍କୁ ଗିରଫ କରିଥିଲା। ଜେଲ୍ରେ ଥିବା ଗୋବିନ୍ଦ କଣ୍ଟାବାଞ୍ଜି ଅତିରିକ୍ତ ଦୌରାଜଜ୍ ଅଦାଲତରେ କରିଥିବା ଜାମିନ ଆବେଦନ ଖାରଜ ହୋଇଥିଲା। ଏହାପରେ ଜାନୁଆରି ପ୍ରଥମ ସପ୍ତାହରେ ଗୋବିନ୍ଦ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/gobinda-sahu.jpg)