ଗୋବିନ୍ଦ ସାହୁ : ଠିକାଦାରରୁ ଶିକ୍ଷା ବେପାରୀ

ରାଜନୀତିରେ ରହୁଥିଲା ସମ୍ପୂର୍ଣ୍ଣ ରିମୋଟ୍‌, ଗୋବିନ୍ଦ ଦ୍ୱାରା ଦିବ୍ୟଶଙ୍କରଙ୍କୁ ପ୍ରଶଂସାର ଅଡିଓ ଭାଇରାଲ୍‌

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ କଲେଜର ପ୍ରତିଷ୍ଠାତା ଗୋବିନ୍ଦ ସାହୁ ଠିକାଦାରରୁ ଶିକ୍ଷା ବେପାରୀ ପାଲଟିଥିଲେ। ସ୍ଥାନୀୟ ରାଜନୀତିରେ ସମ୍ପୂର୍ଣ୍ଣ ରିମୋଟ୍‌ ବି ତାଙ୍କ ହାତରେ ରହୁଥିଲା।

ମିଳିଥିବା ସୂଚନା ଅନୁସାରେ, ଗୋବିନ୍ଦ ଓକିଲାତି ପଢ଼ିଥିବାବେଳେ ପ୍ରଥମେ ଠିକାଦାର କାମ କରୁଥି‌ଲେ। ପରବର୍ତ୍ତୀ ସମୟରେ ସ୍କୁଲ ଓ କଲେଜ ପ୍ରତିଷ୍ଠା କରିଥିଲେ। ବର୍ତ୍ତମାନ ମଧ୍ୟ ଠିକା କାମ କରି ରାଜନୀତିରେ ନିଜର ପ୍ରଭାବ ବିସ୍ତାର କରିବାରେ ଲାଗିଥିଲେ। ନେତା, ମନ୍ତ୍ରୀଙ୍କୁ ପ୍ରଭାବିତ କରିବା ସହିତ ସ୍ଥାନୀୟ ରାଜନୀତିକୁ ନିଜ ଅକ୍ତିଆରରେ ରଖିଥିଲେ। ଗୋବିନ୍ଦଙ୍କ ବାପା କେଶବ ସାହୁ ଜଣେ ଗଛ ବେପାରୀ ଥିଲେ। ଏହି ସମୟରେ ସ୍ଥାନୀୟ ଲୋକଙ୍କୁ ‌ପ୍ରଲୋଭିତ ଓ ଭୟଭୀତ କରି ସେ ୧୦ରୁ ୧୫ ଏକର ଜମି ହାତେଇ ଥିଲେ। ଗୋବିନ୍ଦଙ୍କ ତିନୋଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି। କେହି ମଧ୍ୟ ବିବାହ କରିନାହାନ୍ତି। ଗୋବିନ୍ଦ ସାହୁ ‌କଲମପୁରରେ ବିବାହ କରିଛି। ଏହି ଘଟଣା ପରେ ପରିବାର ଲୋକ କଲମପୁରରେ ଯାଇ ରହୁଛନ୍ତି। ବର୍ତ୍ତମାନ ଏହି ଘଟଣା ପରେ ପରିବାର କଲମପୁରରେ ଯାଇ ରହୁଛନ୍ତି।

ଗୋବିନ୍ଦ ଦ୍ବାରା ଦିବ୍ୟଶଙ୍କରଙ୍କୁ ପ୍ରଶଂସାର ଅଡିଓ ଭାଇରାଲ୍‌
ସମ୍ବଲପୁର : ମମିତା ମେହେର ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁ ଦ୍ବାରା ମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କୁ ପ୍ରଶଂସାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ୪୪ ସେକେ‌ଣ୍ଡର ଏହି ଭିଡିଓରେ ତାଙ୍କ କଲେଜ ପ୍ରତି ମନ୍ତ୍ରୀଙ୍କ ସୁଦୃଷ୍ଟି ଓ ଅନୁକମ୍ପା ସଂପର୍କରେ କହୁଛନ୍ତି ଗୋବିନ୍ଦ। ମନ୍ତ୍ରୀ ପ୍ରତିମାସ କଲେଜକୁ ଆସି ଛାତ୍ରଙ୍କୁ ଉତ୍ସାହିତ କରୁଥିବା ଏବଂ କଲେଜର ସମସ୍ୟାକୁ ନିଜର ସମସ୍ୟା ବୋଲି ବିଚାର କରନ୍ତି ବୋଲି ସେ କହୁଛନ୍ତି।

ସମ୍ବନ୍ଧିତ ଖବର