କଣ୍ଟାବାଞ୍ଜି : ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜାମିନ ଆବେଦନର ଶୁଣାଣି ତାରିଖ ଘୁଞ୍ଚିଛି।
ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଜେଏମ୍ଏଫ୍ସି କୋର୍ଟରେ ମାମଲା ବିଚାରାଧୀନ ରହିଛି। ପୂର୍ବରୁ ଏହି କୋର୍ଟରେ ଗୋବିନ୍ଦର ଜାମିନ ଅାବେଦନ ଖାରଜ ହୋଇଯାଇଥିଲା। ଏହାପରେ ଅଭିଯୁକ୍ତ ଗୋବିନ୍ଦର ଓକିଲ ଉପରକୋର୍ଟ ଅର୍ଥାତ୍ କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍ଙ୍କ ଅଦାଲତରେ ଜାମିନ ଆବେଦନ କରିଥିଲେ। ଏହି ଆବେଦନର ଶୁଣାଣି ପାଇଁ କୋର୍ଟ ପକ୍ଷରୁ ୬ ତାରିଖକୁ ଦିନଧାର୍ଯ୍ୟ କରଯାଇଥିଲା। ଜିଲ୍ଲା ଦୌରାଜଜ୍ ଶୁଣାଣିକୁ ସ୍ଥଗିତ ରଖିବା ସହିତ ପରବର୍ତ୍ତୀ ସମୟରେ ଏହାର ଶୁଣାଣି କରାଯିବ ବୋଲି କହିଥିଲେ।
ଏ ସମ୍ପର୍କରେ ସରକାରୀ ଓକଲ କାନନ କିଶୋର ପଣ୍ଡା ଏବଂ ଗୋବିନ୍ଦ ସାହୁର ଓକିଲ ମୋହନଲାଲ ଶର୍ମାଙ୍କ କହିବା ଅନୁସାରେ, ମାମଲାର ଘଟଣାସ୍ଥଳ ହେଉଛି ଚାନ୍ଦୋତରା। ସେହି ଅଞ୍ଚଳ ମାମଲାର ଶୁଣାଣି ଟିଟିଲାଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍ କରିବେ ନା କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍ କରିବେ ସେ ସମ୍ପର୍କରେ ନିଷ୍ପତ୍ତି ହୋଇନାହିଁ। ସୀମା ନିର୍ଧାରଣ ପରେ ଯାଇ ମାମଲାର ଶୁଣାଣି କରାଯିବ।