ଭୁବନେଶ୍ୱର : ତିତଲି ବାତ୍ୟା ଓ ତାପରେ ହୋଇଥିବା ବନ୍ୟା ଫଳରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କୁ ସରକାର ସହାୟତା ଘୋଷଣା କରିଛନ୍ତି । ପ୍ରତି ମୃତକ ପିଛା ୪ ଲକ୍ଷ ଟଙ୍କାର ସହାୟତା ମିଳିବ । ମୃତକଙ୍କ ନିକଟ ସଂପର୍କୀୟଙ୍କୁ ଏହି ରାଶି ଆସନ୍ତା ୩ ଦିନ ମଧ୍ୟରେ ମିଳିବ । ତେବେ ମୃତ୍ୟୁସଂଖ୍ୟା ବାବଦରେ ବେସରକାରୀ ସ୍ତରରେ ହେଉଥିବା ଦାବିର ସତ୍ୟାସତ୍ୟ ଅନୁଧ୍ୟାନ ପାଇଁ ସରକାର ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
All #Collectors have been reminded to enquire into all cases of alleged #deaths & ensure payment of ex gratia of ₹4lakh to the Next Of Kin in each case within 3days following due procedure.They have been asked to report on the action taken and make the details of payment public.
— SRC, Govt of Odisha (@SRC_Odisha) October 15, 2018
ରାଜ୍ୟ ଆପଦକାଳୀନ ପରିଚାଳନା କେନ୍ଦ୍ରର ରିପୋର୍ଟ ଅନୁସାରେ ଏହି ବାତ୍ୟା ଯୋଗୁଁ ରାଜ୍ୟର ୧୬ଟି ଜିଲ୍ଲାର ପ୍ରାୟ ୫୭ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ଓ ୨.୩୪ ଲକ୍ଷ ହେକ୍ଟର ଜମି ପ୍ରଭାବିତ ହୋଇଛି । ପ୍ରାୟ ୨୦ ହଜାର ୧୨୩ଟି ଘର ଭାଙ୍ଗିଛି । ଏହି ରିପୋର୍ର୍ଟ ଅନୁସାରେ ତିତଲି ଯୋଗୁଁ ମୋଟ ୩୪ କୋଟି ୮୩ ଲକ୍ଷ ଟଙ୍କାର କ୍ଷତି ହୋଇଛି । ଏହା ମଧ୍ୟରେ ପ୍ରାୟ ୩ କୋଟି ୧୬ ଲକ୍ଷ ଟଙ୍କାର ଫସଲ ନଷ୍ଟ ହୋଇଛିଓ ୪.୫ କୋଟି ଟଙ୍କାର ଘର ଭାଙ୍ଗିଛି ।