କରୋନା ଆକ୍ରାନ୍ତଙ୍କ ଘର ସମ୍ମୁଖରେ ଲାଗିବନି ପୋଷ୍ଟର, କୋଭିଡ-୧୯ ଚିକିତ୍ସାରୁ ମୁକ୍ତ ହେଲେ ଆୟୁଷ ଡାକ୍ତର

ଭୁବନେଶ୍ୱର: ଏଣିକି କରୋନା ଆକ୍ରାନ୍ତଙ୍କ ଘର ସମ୍ମୁଖରେ କୋଭିଡ-୧୯ ପୋଷ୍ଟର ଲାଗିବ ନାହିଁ। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ରାଜ୍ୟର ସମସ୍ତ ଜିଲ୍ଲାପାଳ, ପୌରପାଳିକା କମିସନର ଓ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପତ୍ର ଲେଖିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ କରୋନା ପଜିଟିଭ୍‌ ସଂଖ୍ୟା କମିବାରେ ଲାଗିଛି। ଏଭଳି ସ୍ଥିତିରେ କରୋନା ଆକ୍ରାନ୍ତଙ୍କ ଘର ସମ୍ମୁଖରେ କୋଭିଡ-୧୯ ପୋଷ୍ଟର ଲଗାଯିବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।

ସେହିଭଳି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିବାରୁ କୋଭିଡ ଚିକିତ୍ସାରୁ ଆୟୁଷ ଡାକ୍ତରମାନଙ୍କୁ ମୁକ୍ତ କରିଛନ୍ତି ରାଜ୍ୟ ସରକାର। ବିଗତ ଦିନରେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ହୁ ହୁ ବଢୁଥିବା ବେଳେ ରାଜ୍ୟ ସରକାର ଆୟୁଷ ଡାକ୍ତରମାନଙ୍କୁ ସହାୟକ ଭାବେ ନିୟୋଜିତ କରିଥିଲେ।

ସମ୍ବନ୍ଧିତ ଖବର