ଗ୍ରିନ୍‌ ‌ଜୋନ୍‌ରେ ଗଡ଼ିବ ସରକାରୀ ବସ୍‌, ଘରୋଇ ବସ୍‌ ଚଳାଇବାକୁ ମା‌ଲିକ ଅମଙ୍ଗ

ଭୁବନେଶ୍ବର : ‘ଗ୍ରିନ୍‌ ଜୋନ୍’ରେ ଥିବା ଜିଲ୍ଲାଗୁଡ଼ିକରେ ବସ୍‌ ଚଳାଚଳ କରିବା ପାଇଁ ସରକାରଙ୍କ ଉଦ୍ୟମ ଫଳପ୍ରଦ ‌େହାଇ ନାହିଁ। ଭଡ଼ା ଦୁଇ ଗୁଣ କରିଥିଲେ ବି ଘରୋଇ ବସ୍‌ ମାଲିକମାନେ ବସ୍‌ ଚଲାଇବାକୁ ରାଜି ହେଉ ନାହାନ୍ତି। ଫଳରେ ସରକାର ନିଜେ ବସ୍‌ ଚଲାଇବାକୁ ଅଣ୍ଟା ଭିଡ଼ିଛନ୍ତି। ଓଏସ୍‌ଆର୍‌ଟିସି ପକ୍ଷରୁ ଗ୍ରିନ୍‌ ଜୋନ୍‌ରେ ଥିବା ଜିଲ୍ଲାଗୁଡ଼ିକରେ ବସ୍‌ ଚଳାଚଳ କରାଯିବ। ଏହି ବସ୍‌ଗୁଡ଼ିକରେ କ୍ଷମତା ଠାରୁ ୫୦ ପ୍ରତିଶତ କମ୍‌ ଯାତ୍ରୀ ଯିବେ ଓ ଦୁଇ ଗୁଣା ଭଡ଼ା ‌େଦବାକୁ ପଡ଼ିବ। ନିର୍ଦ୍ଦିଷ୍ଟ ଭାବେ କେଉଁ ଜିଲ୍ଲାରେ କେତୋଟି ବସ୍‌ ଚାଲିବ, ତାହା ସ୍ପଷ୍ଟ ହୋଇ ନାହିଁ। ବର୍ତ୍ତମାନ ମାତ୍ର ୯ଟି ଜିଲ୍ଲା ଗ୍ରିନ୍‌ ଜୋନ୍‌ରେ ରହିଛି। ସୂଚନାଯୋଗ୍ୟ ଯେ ଆଜି ଠାରୁ କଟକ-ଭୁବନେଶ୍ବର ମଧ୍ୟରେ ଗୋଟିଏ ଓଏସ୍‌ଆର୍‌ଟିସି ବସ୍‌ ଚଳାଚଳ ଆରମ୍ଭ କରିଛି। କେବଳ ସରକାରୀ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଏହି ବସ୍‌ ଅଫିସ୍‌ ସମୟରେ ଚଳାଚଳ କରୁଛି।

ସମ୍ବନ୍ଧିତ ଖବର