ଆର୍‌ଏମ୍‌ସି ମାଧ୍ୟମରେ ଧାନ କିଣିବେ ସରକାର

ଭୁବନେଶ୍ୱର : ସମବାୟ ସମିତି କର୍ମଚାରୀଙ୍କ ଆନ୍ଦୋଳନ ଖରିଫ୍‌ ଧାନକିଣାରେ ଅଚଳାବସ୍ଥା ସୃଷ୍ଟି କରିଛି। କିଛି କର୍ମଚାରୀ ଆନ୍ଦୋଳନ ପ୍ରତ୍ୟାହାର କରିଥିଲା ବେଳେ ବହୁ କର୍ମଚାର ଆନ୍ଦୋଳନ ଜାରୀ ରଖିଛନ୍ତି। ସରକାରଙ୍କ ଆଲୋଚନା ଓ ଧମକ ଫଳପ୍ରଦ ହୋଇ ପାରିନି। ଫଳରେ ସରକାର ଧାନ କିଣା ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆର୍‌ଏମ୍‌ସି ମାଧ୍ୟମରେ ଧାନ କିଣାଯିବ ବୋଲି ଜିଲ୍ଲାପାଳଙ୍କୁ ସମବାୟ ବିଭାଗ ପକ୍ଷରୁ ଚିଠି ଯାଇଛି। ଏଥିପାଇଁ ପ୍ରତି ଆର୍‌ଏମ୍‌ସିିରେ ଜଣେ ଜଣେ ପ୍ରୋକ୍ୟୋର୍‌ମେଣ୍ଟ୍‌ ଅଫିସର୍‌ ନିୟୋଜିତ ହେବେ। ସେମାନଙ୍କ ତତ୍ତ୍ୱାବଧାନରେ ଧାନ କିଣାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର