ପ୍ରଶାସନ ପରଖିଲା ନଗଡ଼ା ସ୍ଥିତି

କାଳିଆପାଣି : ନଗଡ଼ାକୁ ଭୁଲି ଯାଇଥିଲେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ। ନଗଡ଼ା ପ୍ରତି ଧାରାବାହିକ ଅବହେଳା ସଂପର୍କରେ ଗତ ୩୦ ତାରିଖ ‘ନଗଡ଼ା ନରକ, ବଦଳିନି ଭୋକର ଭୂଗୋଳ’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ପୁଣି ପ୍ରଶାସନ ଚେତିଛି। ପାଖାପାଖି ୧୦ ମାସ ପରେ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଆଜି ନଗଡ଼ା ଗସ୍ତକରି ସ୍ଥିତି ପରଖିଛନ୍ତି। ଜିଲ୍ଲାପାଳ ଶ୍ରୀ ଦାସଙ୍କ ସହିତ ବହୁ ଅଧିକାରୀ ନଗଡ଼ା ଗସ୍ତରେ ଆସିଥିଲେ। ସେମାନଙ୍କ ମଧ୍ୟରେ ଥିଲେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ମନୋଜ କୁମାର ବେହେରା, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ସୁକିନ୍ଦା ବିଡିଓ ତଥା ତହସିଲଦାର ବିଶ୍ବଜିତ ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବାରିଜ କୁମାର ଦାସ, ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ ଇଂ ବିଜୟ କୁମାର ମହାରଣା, ଡିଏମ୍‌ଏଫ୍‌ ଦଳପତି ଡା. କୁମାର ଆଶୁତୋଷ, ଓଏଲ୍ଏମ୍‌ ଡିପିଏମ୍ ବନଜାକାନ୍ତ ମାହାର। କିନ୍ତୁ, ପୂର୍ବରୁ ନଗଡ଼ା ଗସ୍ତରେ ଆସିଥିବା ଏବଂ ଏହି ଅଞ୍ଚଳର ବିକାଶ ପାଇଁ ପ୍ରତିଶ୍ରୁତି ଦେଇଥିବା ଅଧିକାରୀ ଜିଲ୍ଲାପାଳଙ୍କ ଆଜିର ଗସ୍ତରେ ନଥିଲେ। ଫଳରେ, ନଗଡ଼ାରେ ଆଜି ‘ଦାସେ ଆଇଲେ ମୂଳୁରୁ ଗାଆ ପରିସ୍ଥିତି’ ସ୍ପଷ୍ଟ ବାରିହୋଇ ପଡ଼ିଥିଲା। ଅନ୍ୟପକ୍ଷରେ, ଜିଲ୍ଲାପାଳ ଶିକ୍ଷା, ସ୍ବାସ୍ଥ୍ୟ, ଅଙ୍ଗନବାଡ଼ି କେନ୍ଦ୍ର, ରାସନ ସାମଗ୍ରୀ ପ୍ରଭୃତି ପ୍ରସଙ୍ଗର ସମୀକ୍ଷା କରିବା ସହିତ ଏନେଇ ଦାୟିତ୍ବ‌େର ଥିବା ଅଧିକାରୀଙ୍କୁ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର