ଦୁର୍ନୀତିଗ୍ରସ୍ତଙ୍କୁ ସରକାରୀ ଛାଟ : ୪ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର, କପ୍ତିପଦା ତହସିଲଦାର ବରଖାସ୍ତ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ପ୍ରଶାସନରେ ଶୂନ୍ୟ ସହନଶୀଳତା ନୀତି ପ୍ରଦର୍ଶନ କରିବାକୁ ଯାଇ ଅବସର ପୂର୍ବରୁ ବରିଷ୍ଠ ଅଧିକାରୀଙ୍କୁ ଚାକିରିରୁ ବିଦା କରିଛନ୍ତି। ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କର ପ୍ରଶାସନରେ ସ୍ଥାନ ନାହିଁ, ଏମିତି ବାର୍ତା ଦେବା ଛଳରେ ୫ ଜଣ ବରିଷ୍ଠ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଢେଙ୍କାନାଳର ସଡକ ପରିବହନ ଅଧିକାରୀ ବସନ୍ତ କୁମାର ବେହେରା ଓ ସମ୍ବଲପୁରର ଉପ ଅବକାରୀ କମିସନର ଦିଲ୍ଲୀପ କୁମାର ନାଗ, ଖାଦ୍ୟ ଯୋଗାଣ ବିଭାଗର ଏସିସିଓ ଅଶୋକ କୁମାର ମାଝୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। କେବଳ ସେତିକି ନୁହେଁ, ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ତଥା ମୟୂରଭଂଜ କପ୍ତିପଦା ତହସିଲଦାର ପ୍ରଦୀପ କୁମାର ମାଝୀଙ୍କୁ ସରକାର ଚାକିରିରୁ ବରଖାସ୍ତ କରିଛନ୍ତି। ସମ୍ଭବତଃ ଓଡ଼ିଶା ପ୍ରଶାସନରେ ଏଭଳି ଆଗରୁ କେବେ ହୋଇନଥିଲା।

ସରକାରଙ୍କ ତଥ୍ୟ ଅନୁସାରେ, ତହସିଲଦାର ଶ୍ରୀ ବେହେରା ପୂର୍ବରୁ କୋମନାରେ ବିଡିଓ ଥିଲେ। ସେ ସମୟରେ ତାଙ୍କ ନାମରେ ଭିଜିଲାନ୍ସ ମକଦ୍ଦମା ରୁଜୁ କରିଥିଲା। ୨୦୦୮ ମାର୍ଚ ୨୦ ତାରିଖରେ କୋରାପୁଟ ଭିଜିଲାନ୍ସ କାର୍ଯ୍ୟାଳୟ ମାମଲାରେ ସେ ଦୋଷୀ ସାବ୍ୟସ୍ତ େହାଇଥିେଲ। ଏଣୁ ସରକାର ତାଙ୍କୁ ଆଜି ଚାକିରିରୁ ବହିଷ୍କାର କରିଛନ୍ତି।

ସେହିଭଳି ଓଡ଼ିଶା ପରିବହନ ଇଞ୍ଜିନିୟରିଂ ସେବା ଅଧିକାରୀ ବସନ୍ତ କୁମାର ବେହେରା ଢେଙ୍କାନାଳ ଆରଟିଓ ଭାବେ କାର୍ଯ୍ୟ କଲା ବେଳେ ତାଙ୍କ ବିେରାଧରେ ଦୁଇଟି ମାମଲା ଭିଜିଲାନସ ରୁଜୁ କରିଥିଲା। ସେ ଗିରଫ ବି େହାଇଥିଲେ। ତାଙ୍କର ଭୁବନେଶ୍ବରରେ ୨ଟି ପ୍ଲଟ, କଟକରେ େଗାଟିଏ, ଭୁବନେଶ୍ବରରେ ଫ୍ଳାଟ୍, ବ୍ୟାଙ୍କରେ ପ୍ରାୟ ୩୩ଲକ୍ଷ ଟଙ୍କାର ଜମା ରାଶି ଥିବା ଜଣାପଡିଥିଲା। ମର୍ସିଡିଜ୍ େବଞ୍ଚ, େହାଣ୍ଡା ବ୍ରିଓ, ମହିନ୍ଦ୍ରା ଏକ୍ସୟୁଭି, ହୁଣ୍ଡାଇ ଆଇ ୧୦, ଟୟୋଟା ଇନୋଭା ଭଳି ଦାମୀ ଗାଡି ବହୁ ସୁନାଗହଣା ତାଙ୍କ ଠାରୁ ଜବତ କରାଯାଇଥିଲା। ଏହିପରି ପ୍ରାୟ ୩ େକାଟି ୬୧ଲକ୍ଷରୁ ଅଧିକ ଟଙ୍କାର ସଂପତ୍ତି ଠାବ ପରେ ଭିଜିଲାନ୍ସ ତାଙ୍କ ବିରୋଧରେ ପୂର୍ବରୁ କାର୍ଯ୍ୟାନୁଷ୍ଠାନ େନଇଥିଲା।

ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅବକାରୀ ବିଭାଗର ଉତ୍ତରାଞ୍ଚଳ େଜାନ ଅର୍ଥାତ୍ ସମ୍ବଲପୁରରେ ଅବସ୍ଥାପିତ ଥିବା ଶ୍ରୀ ନାଗ ୨୦୧୨ରେ କଟକରେ ଉପ ଅବକାରୀ କମିସନର ଭାବେ ଦାୟିତ୍ବ ନିର୍ବାହ ବେଳେ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିେଯାଗରେ ଭିଜିଲାନ୍ସ ଦ୍ବାରା ଗିରଫ େହାଇଥିଲେ। ତାଙ୍କ ପରିବାର ଠାରୁ ପ୍ରାୟ େଦଢ େକାଟି ଟଙ୍କା ମୂଲ୍ୟର ସଂପତ୍ତି ସେ ସମୟରେ ଜବତ େହାଇଥିଲା। ଘରୁ ନଗଦ ୪୭ଲକ୍ଷ ୫ ହଜାର ଟଙ୍କା ଜବତ େହାଇଥିଲା। ୨୦୧୨ ନଭେମ୍ବର ୨୦ରେ ସରକାର ତାଙ୍କୁ ନିଲମ୍ବିତ କରିଥିଲେ ଓ ୨୦୧୫ରେ ଉଠାଇ ନେଇଥିଲେ।

ନୂଆପଡା ଜିଲ୍ଲାର ଖରିଆର ଡିଭିଜନରେ ଥିବା ଉପ ବନ ସଂରକ୍ଷକ ଶରତ ଚନ୍ଦ୍ର ପଣ୍ଡାଙ୍କୁ ବି ବାଧ୍ୟତାମୂଳକ ଅବସର ଦିଆଯାଇଛି। ଶରତ ଓ ତାଙ୍କ ପରିବାରର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟରେ ୪ କୋଟିରୁ ଉର୍ଦ୍ଧ ଟଙ୍କା ଜମା କରିଥିଲେ। ଏହା ଜଣାପଡିବା ପରେ ତାଙ୍କୁ ୨୦୧୭ ମସିହାରେ ଆୟବର୍ହିଭୂତ ସମ୍ପତି ଠୁଳ କରିବା ଅଭିଯୋଗରେ ଗିରଫ େହାଇଥିଲେ ଓ ପରେ ସରକାର ତାଙ୍କୁ ନିଲମ୍ବିତ କରିଥିଲେ। ତାଙ୍କ ନିକଟରୁ ଭିଜିଲାନ୍ସ ପ୍ରାୟ ୫ େକାଟି ୨୩ଲକ୍ଷ ୬୦ ହଜାର ଟଙ୍କାର ସଂପତ୍ତି ଜବତ କରିଥିଲେ। ଗତ ଜୁନ୍ ୨୧ ତାରିଖରେ ସରକାର ତାଙ୍କ ଉପରୁ ନିଲମ୍ବନ ଉଠାଇ ନେଇଥିଲେ।

ଏସିସିଓ ଶ୍ରୀ ମାଝୀଙ୍କ ନାମରେ ସମ୍ବଲପୁର ଭିଜିଲାନ୍ସ ଦୁଇଟି ମାମଲା ରୁଜୁ କରିଥିଲେ। ଆୟ ବର୍ହିଭୂତ ସଂପତ୍ତି ଠୁଳ ଓ ରାଇସ୍ ମିଲକୁ ଅନୁଗ୍ରହ ପ୍ରଦର୍ଶନ କରିଥିବା କାରଣରୁ ତାଙ୍କ ବିରୋଧରେ ମାମଲା ରୁଜୁ େହାଇଥିଲା।କେବଳ ସେତିକି ନୁେହଁ, ସେ ନିଜ ଦାୟିତ୍ବ ଠିକଣା ଭାବେ ତୁଲାଉନଥିବା ଅଭିେଯାଗରେ ରାଜ୍ୟ ସରକାର ତାଙ୍କ ବିେରାଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ସାମୁଦ୍ରିକ ବାତ୍ୟା ଫନି ସମୟରେ ସେ ଦାୟିତ୍ବ ନିର୍ବାହ କରିବାରେ ମଧ୍ୟ ବିଫଳ େହାଇଥିଲେ। ଏଣୁ ନିକଟରେ ସରକାର ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ।

ଉଲ୍ଲେଖଯୋଗ୍ୟ, ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କୁ ନିସ୍ତାର ନାହିଁ । ଏମିତି ସଙ୍କେତ ଦେଇ ନିକଟରେ ସରକାର କାର୍ଯ୍ୟାନୁଷ୍ଠାନ ନେବା ସଂପର୍କରେ ସୂଚାଇଥିଲେ।

ସମ୍ବନ୍ଧିତ ଖବର