‘ଫନି’ କ୍ଷତିଗ୍ରସ୍ତଙ୍କୁ ଭୁଲିଗଲେ, ଚାରିମାସ ପରେ ବି ଯନ୍ତ୍ରଣାରେ ଲୋକେ ଛଟପଟ

ଘରଭଙ୍ଗା କି ନଡିଆ ଗଛ ସହାୟତା ଟଙ୍କା ମିଳିନି, ତଳିଆ ବାବୁ ଚୁପ୍

ଭୁବନେଶ୍ବର: ଭୀଷଣ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’ ସବୁକିଛି ଉଜାଡିଦେଲା। ଘରଦ୍ୱାର ମାଟିରେ ମିଶାଇଦେଲା। ଲୋକେ ବେଘର ହୋଇଗଲେ। ନଡ଼ିଆ, ଗୁଆ ଚାଷକୁ ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ କରିଦେଲା ବାତ୍ୟା। ମେ’ ୩ ତାରିଖରେ ପ୍ରକୃତିର ଏହି କରାଳ ରୂପ ପୁରୀ ଜିଲ୍ଲାର ଗାଁ ଗଣ୍ଡା ଲୋକଙ୍କୁ ଏଭଳି କ୍ଷତାକ୍ତ କରିଛି ଯେ ୪ମାସ ପରେ ବି ଲୋକେ ଏହି ଯନ୍ତ୍ରଣାରୁ ମୁକ୍ତି ପାଇପାରୁନାହାନ୍ତି। ବେଶି ଦୂର ନ ଯାଇ ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବୀର ରାମଚନ୍ଦ୍ର ପୁର ଗାଁ ଥରେ ବୁଲି ଆସିଲେ, ‘ଫନି’ ଜନିତ ଲୋକଙ୍କ ଦୁର୍ଦଶା ଆଜି ବି ଜଳ ଜଳ ହୋଇ ଦିଶୁଛି। ରାଜ୍ୟ ସରକାରଙ୍କ ‘ଫନି’ କ୍ଷତିଗ୍ରସ୍ତଙ୍କ ଲାଗି ଯେତେ ସବୁ ପ୍ୟାକେଜ୍‍ କଲେ ତଳିଆ ବାବୁମାନଙ୍କ େବପରୁଆ ଆଚରଣ ଲାଗି ଏହା ଲୋକଙ୍କ ପର୍ଯ୍ୟନ୍ତ ଏଯାଏ ପହଞ୍ଚି ପାରିନାହିଁ ।

ଭାତହାଣ୍ଡିରୁ ଗୋଟିଏ ଚିପିବା ଭଳି ଜାତୀୟ ରାଜପଥ ପାର୍ଶ୍ୱର ଏହି ଗୋଟିଏ ଗାଁକୁ ଉଦାହରଣ ଭାବେ େନଲେ ସରକାରଙ୍କ ଘୋଷଣା ଓ ବାସ୍ତବିକତା ତଥା ଉଚ୍ଚାରଣ ଏବଂ ଆଚରଣ ମଧ୍ୟରେ କେତେ ଦୂରତା ରହିଛି, ତାହା ଜଳ ଜଳ ହୋଇ ଦିଶିବ। ଏହି ଗ୍ରାମର ନୀଳକଣ୍ଠ ରଥ ବା ପୀତବାସ ରଥଙ୍କ କଥା କୁହନ୍ତୁ କି ହରିହର ତ୍ରିପାଠୀ, ରାଜକିଶୋର ମହାପାତ୍ର ଏମାନଙ୍କ ଘରେ ସୂର୍ଯ୍ୟ ଉଦୟର ପ୍ରତ୍ୟକ୍ଷ କିରଣ ଆଜି ବି ବିଛାଡି ହୋଇ ପଡୁଛି । ମୁଣ୍ଡ ଉପରେ ଚାଳ ନାହିଁ। ଏହି ଦୁଇ ତିନି ଘର ନୁହେଁ, ଗାଁରେ ଏମିତି ଅନେକ ଘର ରହିଛି, ଯେଉଁମାନେ ପଲିଥିନ୍‍ ତଳେ ଜୀବନ ବିତାଉଛନ୍ତି। କିଛି ଲୋକ ଧାର ଉଧାର କରି ନିଜ ଘର ସଜାଡିଛନ୍ତି। ଆହୁରି ଅନେକ ଘର ଆଁ ମେଲାଇ ପଡିଛି। ବାତ୍ୟାରେ ଘର ସମ୍ପୂର୍ଣ୍ଣ ଭାଙ୍ଗିଥିଲେ ୯୫ ହଜାର ଟଙ୍କା ଦେବା ଲାଗି ରାଜ୍ୟ ସରକାର ଘୋଷଣା କରିଥିଲେ। ଭୁବନେଶ୍ୱରରୁ ୩୮ କିଲୋମିଟର ଦୂରରେ ଥିବା ଏହି ଗାଁ ପାଇଁ କିନ୍ତୁ ସରକାରଙ୍କ ନିର୍ଦେଶ କିଛି ମାନେ ରଖେନି। ଟଙ୍କାଟିଏ ବି କାହାକୁ ମିଳିନାହିଁ। ଭାଙ୍ଗିଥିବା ନଡିଆ ଗଛ ପାଇଁ ୫୦୦ ଟଙ୍କା ଦେବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ। ଏହା ବି ସ୍ୱପ୍ନ ହୋଇ ରହିଛି। କୌତୂହଳର କଥା ହେଲା, ନଡିଆ, କଦଳୀ ଆଦି ଚାଷର ପୁନରୁଦ୍ଧାର ପାଇଁ ଯେଉଁ ନକ୍ସା ରାଜ୍ୟସ୍ତରରେ ପ୍ରସ୍ତୁତ ହୋଇଛି, ତା ପଛରେ ବଡ଼ ଧରଣର କେଳେଙ୍କାରୀ ଜନ୍ମ ନେଇସାରିଲାଣି। କିଛି ଅଞ୍ଚଳରେ ଦିଆଯାଇଥିବା ନଡିଆ ଓ କଦଳୀ ଚାରାର ମାନ କେତେ ନିକୃଷ୍ଟ ଯେ ଏସଂପର୍କରେ ଅଭିେଯାଗ ଆସିଲାଣି। ଏଯାଏ ଏହି ବ୍ଲକରେ ବିଜୁଳି ବ୍ୟବସ୍ଥାରେ ସୁଧାର ଆସିପାରିଲା ନାହିଁ। ପ୍ରତି ଦିନ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ୍‍ ହେଉଛି। ତରବରିଆ ଭାବେ ଶକ୍ତି ବିଭାଗ ବିଜୁଳି ଯୋଗାଇଦେବାକୁ ଯାଇ ବିନା କଂକ୍ରିଟ୍‍ରେ ଖୁଣ୍ଟ ପୋତିଛନ୍ତି। ସାମାନ୍ୟ ପବନ ହେଲେ ତାହା ଦୋହଲୁଛି। େଲାକେ ଆତଙ୍କିତ। କେବଳ ଏହି ଗୋଟିଏ ଗାଁର ଚିତ୍ର ଯେ ଏମିତି ତା ନୁହେଁ, ଶହ ଶହ ଗାଁ ଆଜି ବି ଏମିତି ଦୁର୍ଦିନ ଭିତରେ ଗତି କରୁଛନ୍ତି। ରାଜ୍ୟ ସରକାର ‘ଫନି’ ପରେ ପରେ ଯେଉଁ ୨ ହଜାର ଟଙ୍କାର ଆର୍ଥିକ ସହାୟତା, ପଲିଥିନ୍‍ ଓ ଚାଉଳ ଦେଇଥିଲେ, ସେତିକି ପରେ ଲୋକଙ୍କୁ ଭୁଲିଯାଇଛନ୍ତି। ଏଯାଏ ଘରଭଙ୍ଗା ତାଲିକା ଚୂଡାନ୍ତ ହୋଇପାରିଲା ନାହିଁ।

ସବୁଠାରୁ ସାଂଘାତିକ କଥା ହେଲା, ପୁରୀର ବିକାଶ ପାଇଁ ବ୍ୟସ୍ତ ଜିଲ୍ଲାପାଳଙ୍କର ଏକଥା ଦେଖିବାକୁ ଆଉ ସମୟ ନାହିଁ। ଫନି ମୁକାବିଲା ଠିକ୍‍ ଭାବେ ହେଲା କି ନ ହେଲା ସେ ସମୀକ୍ଷା କେହି କରୁନାହାନ୍ତି। ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀ ସ୍ଥିତି ଯାଞ୍ଚ କରିବା େଦଖାଯାଉନାହିଁ। ବୀରରାମଚନ୍ଦ୍ର ପୁର ପଞ୍ଚାୟତର ନାଏବ ସରପଞ୍ଚ ଭାନୁ ମୁଦୁଲି କହିଛନ୍ତି, ‘ଫନି’ ପରେ ଟଙ୍କା, ପଲିଥିନ୍ ଚାଉଳ ଦିଆଯାଇଥିଲା। ଆମେ ଘରଭଙ୍ଗା େଲାକଙ୍କ ତାଲିକା ସହିତ ପଟ୍ଟା, ଆଧାର ନମ୍ବର େଦଇଛୁ। ସେହିଭଳି ଭାଙ୍ଗିଯାଇଥିବା ନଡ଼ିଆ ଗଛ ତାଲିକା ସଂପର୍କରେ ମଧ୍ୟ ଉଦ୍ୟାନ ବିଭାଗକୁ ଜଣାଇ ଦିଆଯାଇଛି। େସ ସଂକ୍ରାନ୍ତ ସହାୟତା ବି ମିଳିନାହିଁ। େଲାକେ ରାତି ପାହିଲେ ପଚାରୁଛନ୍ତି, ହେଲେ ଆମେ ଉତ୍ତର େଦଇପାରୁନୁ। ଦିେନ ଦୁଇଦିନ ମଧ୍ୟରେ ତହସିଲଦାରଙ୍କୁ େଭଟିବେ େବାଲି ସୂଚନା ଦେଇଥିେଲ। ମିଳିଥିବା ତଥ୍ୟ ଅନୁସାରେ, ପୁରୀ ଜିଲ୍ଲାରେ ଫନି ୧୭୭୨ଟି ଗାଁର ୨ଲକ୍ଷ ୭୮ ହଜାର ୭୬୨ଟି ଘରକୁ ଧ୍ୱଂସ ମୁଖକୁ ଠେଲି ଦେଇଥିଲା। ଏଥିମଧ୍ୟରୁ ୭୪ଟି ପକ୍କା ଘର ଓ ୮୯୮୫ଟି କଚ୍ଚା ଘର ସମ୍ପୂର୍ଣ୍ଣ ନଷ୍ଟ କରିଥିଲା ବାତ୍ୟା। ୬୧୨୭ଟି ପକ୍କା ଘର ଓ ୯୮ ହଜାର ୫୮୮ କଚ୍ଚା ଘର ଅତ୍ୟଧିକ କ୍ଷତିଗ୍ରସ୍ତ ହୋଇଥିଲା। ପାଖାପାଖି ୫୦ ହଜାର ଗୁହାଳ ଓ କୁଡିଆ ବି ।

ସତ୍ୟବାଦୀ ତହସିଲଦାର କସ୍ତୁରି ପ୍ରଧାନଙ୍କର କହିବା କଥା େହଉଛି ଏଠାରେ ୨୭ ହଜାରରୁ ଅଧିକ ଘର ନଷ୍ଟ େହାଇଥିଲା। ୧୪ େକାଟି ଟଙ୍କା ପ୍ରଥମ ପର୍ଯ୍ୟାୟରେ ମିଳିଥିଲା, ଏବେ ସୁଦ୍ଧା ୧୨ େକାଟି ଟଙ୍କା ଦିଆଯାଇଛି। କିଛି ଲୋକଙ୍କ ଆକାଉଣ୍ଟରେ ତ୍ରୁଟି ଥିବା କାରଣରୁ ସେମାନଙ୍କୁ ଟଙ୍କା ଦିଆଯାଇପାରିନାହିଁ। ଉଲ୍ଲେଖଯୋଗ୍ୟ, ଫନି ହିତାଧିକାରୀ ଚୟନ ଅନିୟମିତତା େନଇ ବିଧାନସଭାରେ କମ୍ପନ ସୃଷ୍ଟି େହାଇଥିଲା। ଶାସକ ଦଳର ବିଧାୟକମାେନ ଦାବି କରିଥିେଲ େଯ ହିତାଧିକାରୀ ଚୟନରେ କେଳେଙ୍କାରୀ େହାଇଛି। ହେେଲ ପ୍ରଶାସନ ଓ ବାବୁମାନଙ୍କ କାରଣରୁ ଏବେ କ୍ଷତିଗ୍ରସ୍ତ େଲାକଙ୍କ ଦୁର୍ଦଶା ବହୁଗୁଣିତ େହବାରେ ଲାଗିଛି। ରାଜ୍ୟ ସରକାର େକନ୍ଦ୍ର ସରକାରଙ୍କ ଠାରୁ ଅର୍ଥ ପାଇସାରିବା ପରେ ବି େଲାକଙ୍କୁ ଟଙ୍କା ଦେଇନପାରିବା ଘଟଣାକୁ େନଇ ଅସନ୍ତୋଷ ମଧ୍ୟ ବଢିଲାଣି।

ସମ୍ବନ୍ଧିତ ଖବର