ଗତ ୩ ବର୍ଷ ଭିତରେ ୨୫,୯୭୩ ଜଣ ମହିଳା ନିଖୋଜ ହୋଇଥିଲେ: ଗୃହ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ବର: ବିଧାନସଭାରେ ପ୍ରଥମ ଥର ଲାଗି ନିଖୋଜଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ବିଧାୟକ ପ୍ରଫୁଲ ସାମଲଙ୍କ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ବିଗତ ୩ ବର୍ଷରେ ୭୬୦୩ ବାଳିକା ନିଖୋଜ ହୋଇଥିବା ବେଳେ ୫୯୭୨ ଜଣଙ୍କୁ ଉଦ୍ଧାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୭୩୧ ଜଣ ବାଳିକା ନିଖୋଜ ଅଛନ୍ତି।

ଠିକ୍ ସେହିପରି ବିଗତ ୩ ବର୍ଷରେ ୧୧୧୧ ଜଣ ବାଳକ ନିଖୋଜ ହୋଇଥବା ବେଳେ ସେଥିମଧ୍ୟରୁ ୯୦୭ ଜଣଙ୍କୁ ଉଦ୍ଧାର କରାଯାଇଛି। ଏ ପର୍ଯ୍ୟନ୍ତ ୨୦୪ ବାଳକ ନିଖୋଜ ହୋଇଛନ୍ତି

ଏଣେ ଗତ ୩ ବର୍ଷ ଭିତରେ ୨୫, ୯୭୩ ଜଣ ମହିଳା ନିଖୋଜ ହୋଇଥିଲେ। ସେଥିମଧ୍ୟରୁ ୯୯୨୦ ଜଣ ଉଦ୍ଧାର ହୋଇଛନ୍ତି। ଅବଶିଷ୍ଟ ୧୬,୦୫୩ ଜଣ ମହିଳା ଏବେବି ନିଖୋଜ ଅଛନ୍ତି।

ସମ୍ବନ୍ଧିତ ଖବର