ପାହାଡ଼ ଧସିଥିବା ଗୁମ୍ମା ଅଞ୍ଚଳରେ ପହଂଚି ସହାୟତା ଦେଲେ ରାଜ୍ୟ ସରକାର

ପାରଳାଖେମୁଣ୍ଡି: ଗଜପତିର ଗୁମ୍ମା ପାହାଡ ଧସିଥିବା ଅଂଚଳରେ ଜିଲ୍ଲା ପ୍ରଶାସନ ପହଂଚିଛି । ପାହାଡ ଧସି କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ରାଜ୍ୟ ସରକାର ତୁରନ୍ତ ସହାୟତା ପ୍ରଦାନ କରିଛନ୍ତି । ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ସହ ଜିଲ୍ଲା ପ୍ରଶାସନର ଏକ ଟିମ୍ ଆଜି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କୁଲଙ୍ଗ ଗାଁରେ କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଛନ୍ତି ।

ଘଟଣାସ୍ଥଳ ପରିଦର୍ଶନ କରିବା ସହ କ୍ଷତିଗ୍ରସ୍ତଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ରାଶି, ସରକାରୀ ଯୋଜନାରେ ପକ୍କା ଘରର କାର୍ଯ୍ୟାଦେଶ ଓ ଆସବାବ ପତ୍ର ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏହାସହ ସ୍ଥିତିରେ ସଂପୂର୍ଣ୍ଣ ସୁଧାର ନଆସିବା ଯାଏଁ ଅସହାୟ ପରିବାରଙ୍କୁ ରିଲିଫ ଯୋଗାଇ ଦେବା ପାଇଁ ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ନିର୍ଦ୍ଦେଶ ଦେଇଛନ୍ତି |

ଏଠାରେ ସୂଚନା ଥାଉ କି ଲଗାଣ ବର୍ଷାରେ ଗତକାଲି ଗୁମା ବ୍ଲକ ଅନ୍ତର୍ଗତ କୁଲଙ୍ଗ ଗାଁ ନିକଟରେ ମାଟି ଅତଡା ଧସିବାରୁ ୨୦ରୁ ଅଧିକ ଘର ଭାଙ୍ଗିଯାଇଥିଲା । ଏହା ସହ ୧୫୦ରୁ ଅଧିକ ଗାଇଗୋରୁ ଏବଂ ଛେଳିଙ୍କ ଜୀବନ ଯାଇଥିଲା । ସୌଭାଗ୍ୟବଶତଃ ଏହି ପାହାଡ଼ ଧସିବାରେ କୌଣସି ଲୋକ ମୃତାହତ ହୋଇନାହାନ୍ତି । ପ୍ରାୟ ୮୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯାଇଛି ।

ସମ୍ବନ୍ଧିତ ଖବର