ଡିସେମ୍ବର ୧ରେ ବିଧାନସଭା ଘେରିବ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ

ଭୁବନେଶ୍ୱର : ସାତ ଦଫା ଦାବି ନେଇ ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ଆସନ୍ତା ଡିସେମ୍ବର ୧ ତାରିଖରେ ବିଧାନସଭା ଘେରିବ। ସଂଘର ଦାବି ନେଇ ବାରମ୍ବାର ଗଣଶିକ୍ଷା ମନ୍ତ୍ରୀ, ସଚିବଙ୍କ ସହ ଆଲୋଚନା କରାଯାଇଥିଲେ ମଧ୍ୟ ସେମାନେ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇଥିବା ସଭାପତି ପଞ୍ଚାନନ ଜେନା କହିଛନ୍ତି। ରାଜ୍ୟର ହଜାର ହଜାର ଚୁକ୍ତିଭିତ୍ତିକ ଶିକ୍ଷକ ସାମୂହିକ ଛୁଟି ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ସାମିଲ ହେବେ ବୋଲି ସାଧାରଣ ସମ୍ପାଦକ ସୁଧୀର ଚନ୍ଦ୍ର ନାୟକ କହିଛନ୍ତି।

୨୯ରେ ବ୍ଲକ୍‌ଗ୍ରାଣ୍ଟ୍‌ ଅଧ୍ୟାପକଙ୍କ ଗଣଧାରଣା

ଭୁବନେଶ୍ୱର : ରାଜ୍ୟ ସରକାର ଗତ ସେପ୍ଟେମ୍ବର ୧ ତାରିଖରେ ଓଡ଼ିଶାରୁ ବ୍ଲକଗ୍ରାଣ୍ଟ୍‌ ଉଚ୍ଛେଦ ଘୋଷଣା କରିଛନ୍ତି। କିନ୍ତୁ ପ୍ରକାଶିତ ସରକାରୀ ଘୋଷଣାନାମାରେ ଏଥିରୁ ୨୦୧୪ ଜି.ଓକୁ ବାଦ୍‌ ଦିଆଯାଇଛି। ଏହାର ପ୍ରତିବାଦରେ ରାଜ୍ୟ ବ୍ଲକ୍‌ଗ୍ରାଣ୍ଟ ମହାବିଦ୍ୟାଳୟ(୨୦୧୪ ଜି.ଓ) କର୍ମଚାରୀ ସମନ୍ଵୟ ସମିତି ଲୋୟର ପିଏମ୍‌ଜିରେ ଚଳିତ ନଭେମ୍ବର ୨୯ ତାରିଖରେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧାରଣା ଦେବ ବୋଲି ଆବାହକ ପବିତ୍ର ମୋହନ ମିଶ୍ର ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର