ସରକାରୀ ମହାବିଦ୍ୟାଳୟ ଅଧ୍ୟାପକଙ୍କ ପଦୋନ୍ନତି

ଭୁବନେଶ୍ବର : ଓଡ଼ିଶାର ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ କାର୍ଯ୍ୟରତ ୪୫୬ ଅଧ୍ୟାପକଙ୍କ ପଦୋନ୍ନତି ପାଇଁ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ୧୯୯୨ରୁ ଓପିଏସ୍‌ସି ମାଧ୍ୟମରେ ଚୟନ ହୋଇ ଉଚ୍ଚଶିକ୍ଷା ବିଭାଗ ଦ୍ବାରା ନିଯୁକ୍ତି ପାଇଥିଲେ ମଧ୍ୟ ୟୁଜିସିପ୍ରାପ୍ତ ଅଧ୍ୟାପକଙ୍କ ପରି ଦରମା କିମ୍ବା ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇପାରୁ ନଥିଲେ। ସରକାରୀ କଲେଜ ଶିକ୍ଷକ ସଂଘର ନିରବଚ୍ଛିନ୍ନ ଉଦ୍ୟମ ପରେ ପଦୋନ୍ନତିକୁ ଅନୁମୋଦନ ମିଳିଛି। ଏହି ବିଜ୍ଞପ୍ତି ପରେ ସରକାରୀ ମହାବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ଅଧ୍ୟାପକ, ଅଧ୍ୟାପିକାମାନେ ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ଉଚ୍ଚଶିକ୍ଷା ସଚିବ, ଅତିରିକ୍ତ ସଚିବ ଓ ଅନ୍ୟାନ୍ୟ ପଦାଧିକାରଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି।

ଏଥିସହ ୭ମ ବେତନ କମିସନ ସୁପାରିଶକୁ ଲାଗୁ କରିବା, ଡିଗ୍ରି କଲେଜରେ ଖାଲିଥିବା ପଦବିଗୁଡ଼ିକୁ କନିଷ୍ଠ ଅଧ୍ୟାପକଙ୍କ ଦ୍ବାରା ପୂରଣ କରିବା, ୨୦୦୫ ଓ ୨୦୦୮ରେ ଚାକିରିରେ ଯୋଗ ଦେଇଥିବା କନିଷ୍ଠ ଅଧ୍ୟାପକଙ୍କୁ ପଦୋନ୍ନତି ପ୍ରଦାନ ଆଦି ବିଷୟରେ ଆଲୋଚନା କରିବାକୁ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି। ଆଲୋଚନାରେ ସରକାରୀ ମହାବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ପ୍ରଣତି ଦାସ, ସମ୍ପାଦକ ଦୈତାରି ସାହୁ, ସଂଘମିତ୍ରା ଜେନା, ରାଜମୋହନ ମହାନ୍ତି, ରଜତ ମାନସିଂ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର