ଘୋଷଣା ହେଲା ଆସନ୍ତା ବର୍ଷର ସରକାରୀ ଛୁଟି ଦିବସ

ଭୁବନେଶ୍ବର : ଆସନ୍ତା ୨୦୧୯ ବର୍ଷ ପାଇଁ ସରକାର ଛୁଟି ଦିବସ ଘୋଷଣା କରିଛନ୍ତି। ଏହି ବର୍ଷରେ ମୋଟ ୨୫ ଦିନ ସରକାରୀ ଛୁଟି ଦିବସ ରହିଛି। ଏତଦ୍‌ବ୍ୟତୀତ ୭ଟି ସାଧାରଣ ଛୁଟି ଦିନ(ଦ୍ବିତୀୟ ଶନିବାର ଓ ରବିବାର)ରେ ପଡ଼ୁଛି। ବସନ୍ତ ପଞ୍ଚମୀ, ରାମ ନବମୀ, ମହାବିଷୁବ ସଂକ୍ରାନ୍ତି, ଦୁର୍ଗା ମହାଷ୍ଟମୀ, କୁମାର ପୂର୍ଣ୍ଣିମା, ଦୀପାବଳି, ମହମ୍ମଦଙ୍କ ଜନ୍ମ ଦିନ ଏହି ସାଧାରଣ ଛୁଟି ଦିନରେ ପଡ଼ୁଛି। ଏହି ୭ ଦିନ ଛାଡ଼ି ଦେଲେ ଅନ୍ୟ ସମସ୍ତ ୨୫ ଦିନ କାର୍ଯ୍ୟ ଦିବସରେ ପଡ଼ୁଛି। ଏହା ଛଡ଼ା ଜାନୁଆରି ୧୩ ତାରିଖ ଓ ଜୁନ୍‌ ୨ ତାରିଖ ଦୁଇଟି ଇଚ୍ଛାଧୀନ ଛୁଟି ରବିବାର ହିଁ ପଡ଼ୁଛି। ଏଣୁ ଆଗାମୀ ବର୍ଷର ଛୁଟିକୁ ସରକାରୀ କର୍ମଚାରୀମାନେ ବେଶ୍‌ ଉପଭୋଗ କରିବେ ବୋଲି କୁହାଯାଉଛି। ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର