ଚାଷୀ ଆତ୍ମହତ୍ୟାକୁ ଅସ୍ୱୀକାର କଲେ କୃଷି ମନ୍ତ୍ରୀ

ଭୁବନେଶ୍ୱର: ମରୁଡ଼ି ଓ ଚକଡ଼ା ପୋକରେ ପ୍ରଭାବିତ ଚାଷୀମାନେ ଆତ୍ମହତ୍ୟା କରୁଥିବା ବେଳେ ରାଜ୍ୟ ସରକାର ବୁଧବାର ଏହାକୁ ଅସ୍ୱୀକାର କରିଛନ୍ତି। ବରଗଡ଼ ଜିଲ୍ଲାରେ ଗତମାସରେ ଜୀବନ ହାରିଥିବା ଚାଷୀ ବୃନ୍ଦା ସାହୁର ଆତ୍ମହତ୍ୟା ନେଇ ସରକାର ନୀରବ ରହିଛନ୍ତି। ସରକାର କହୁଛନ୍ତି ଫସଲହାନୀ ଯୋଗୁଁ ବୃନ୍ଦା ଆତ୍ମହତ୍ୟା କରି ନାହାଁନ୍ତି ବରଂ ଋଣ ବୋଝ ହେଉଛି ଆତ୍ମହତ୍ୟାର ମୁଖ୍ୟ କାରଣ। ସେହିଭଳି ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ରାଜ୍ୟ କୃଷିମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି, ହାଣ୍ଡିଆ ପିିିଇବା କାରଣରୁ ଘରୋଇ କଳି ସୃଷ୍ଟି ହୋଇଥିଲା। ପରେ ଚାଷୀ ଜଣକ ଆତ୍ମହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର