କରୋନା ଯୋଗୁଁ ମାର୍ଚ୍ଚ ୨୩ରୁ ସ୍ଥଗିତ ରହିବ ଯୁକ୍ତଦୁଇ ପରୀକ୍ଷା

ନୂଆଦିଲ୍ଲୀ : ଓଡ଼ିଶା ସମେତ ସାରା ଦେଶରେ କରୋନା ଭାଇରସ ସଂକ୍ରମଣକୁ ନେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି କ୍ରମରେ ଓଡ଼ିଶା ସରକାର ଆଜି କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଏହି ନିଷ୍ପତ୍ତି ଅନୁସାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତଦୁଇ (+୨) ପରୀକ୍ଷାକୁ ଆସନ୍ତା ୨୩ ତାରିଖଠାରୁ ସ୍ଥଗିତ ରଖାଯାଇଛି । ଏ ସଂପର୍କରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଛାତ୍ରଛାତ୍ରୀ ଓ ପରୀକ୍ଷା ପରିଚାଳକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି ।

ଗତ ମାର୍ଚ୍ଚ ୩ରୁ ଆରମ୍ଭ ହୋଇଥିବା ଯୁକ୍ତଦୁଇ ପରୀକ୍ଷା ମାର୍ଚ୍ଚ ୨୮ ତାରିଖରେ ଶେଷ ହେବାର ଥିଲା ।


ଏହା ପୂର୍ବରୁ ରାଜ୍ୟସରକାର ମ୍ୟାଟ୍ରିକ ପରୀକ୍ଷା ଖାତାଦେଖାକୁ ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ । ଆଜି ରାଜ୍ୟସରକାରଙ୍କ ପକ୍ଷରୁ ଅନୁଷ୍ଠିତ ଦୈନିକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଘୋଷଣା କରିଥିଲେ । ପ୍ରଶ୍ନପତ୍ର ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରେ ସାମାଜିକ ଦୂରତ୍ବ ରଖାଯିବା ସମ୍ଭବ ନ ହୋଇପାରେ ବୋଲି ଜଣାପଡ଼ିବା ପରେ ରାଜ୍ୟ ସରକାର ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ରାଜ୍ୟର ସବୁ ସ୍ଥାନରେ ଖାତା ଦେଖା ଉପରେ ରୋକ ଲଗାଇଛନ୍ତି।

ସମ୍ବନ୍ଧିତ ଖବର