ଭୁବନେଶ୍ୱର: ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ(ଓଏଚ୍ପିସି) ତରଫରୁ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହ, ଶକ୍ତି ସଚିବ ହେମନ୍ତ ଶର୍ମା ୨୭.୨୬ କୋଟି ଟଙ୍କାର ଲାଭାଂଶ ଦେଇଛନ୍ତି। ଓଏଚ୍ପିସି ୨୦୧୬-୧୭ ଆର୍ଥିକ ବର୍ଷ ନିମନ୍ତେ ୯୦.୮୭ କୋଟି ଟଙ୍କା ଟିକସ ପରବର୍ତୀ ଲାଭାର୍ଜନ କରିଛି। ସୂଚନାଯୋଗ୍ୟ, ଓଏଚ୍ପିସି ରାଜ୍ୟକୁ ପ୍ରାୟ ୨୦ ପ୍ରତିଶତ ବିଦ୍ୟୁତ୍ ଶକ୍ତି ଯୋଗାଇଥାଏ। ସର୍ବୋଚ୍ଚ ପିକ୍ ଆଓ୍ଵାରରେ ରାଜ୍ୟର ଚାହିଦା ମେଣ୍ଟାଇବା ପାଇଁ ଏହା ପ୍ରାୟ ୪୦ ପ୍ରତିଶତ ବିଦ୍ୟୁତ୍ ଶକ୍ତି ଯୋଗାଇଥାଏ। ଏହି ନିଗମ ଅଧୀନରେ ୬ଟି ଶକ୍ତି ଉତ୍ପାଦନକାରୀ ଷ୍ଟେସନ ରହିଛି।
ସରକାରଙ୍କୁ ୨୭.୨୬ କୋଟିର ଲାଭାଂଶ ଦେଲା ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ
/sambad/media/post_attachments/wp-content/uploads/2018/02/1456651231electricity3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)