ସରକାରୀ ଚାକିରିରେ ସର୍ବୋଚ୍ଚ ବୟସସୀମା ୩୮କୁ ବୃଦ୍ଧି, ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ଅନୁସୂଚୀତ ଜାତି, ପଛୁଆ ବର୍ଗଙ୍କ ପାଇଁ ସର୍ବୋଚ୍ଚ ବୟସସୀମା ଆଉ ୫ ବର୍ଷ କୋହଳ ହେବ

ଭୁବନେଶ୍ବର : ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ସର୍ବୋଚ୍ଚ ବୟସସୀମାକୁ ୩୨ ବର୍ଷରୁ ୩୮ ବର୍ଷକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଅନୁସୂଚୀତ ଜାତି, ମହିଳା, ପଛୁଆ ବର୍ଗ (ଓବିସି)ପ୍ରାର୍ଥୀଙ୍କ ପାଇଁ ଆଉ ୫ ବର୍ଷ ବୟସ ସୀମା କୋହଳ କରାଯିବ । ସେହିପରି ସାଧାରଣ ବର୍ଗର ଭିନ୍ନକ୍ଷମ ପ୍ରାର୍ଥୀଙ୍କ ପାଇଁ ସର୍ବୋଚ୍ଚ ବୟସସୀମାକୁ ଅତିରିକ୍ତ ୧୦ ବର୍ଷ (ମୋଟ ୪୮ ବର୍ଷ), ସଂରକ୍ଷିତ ଜାତିର ଭିନ୍ନକ୍ଷମ ପ୍ରାର୍ଥୀଙ୍କ ପାଇଁ ସର୍ବୋଚ୍ଚ ବୟସସୀମାକୁ ଅତିରିକ୍ତ ୧୫ ବର୍ଷ (ମୋଟ ୫୩ ବର୍ଷ)କୁ ବୃଦ୍ଧି କରାଯାଇଛି । ୨୦୨୧, ୨୦୨୨ ଓ ୨୦୨୩ ନିଯୁକ୍ତି ବର୍ଷ ପାଇଁ ଏହା ଲାଗୁ ହେବ ।

ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟରେ ମୋଟ ୧୨ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ମରାଯାଇଛି । ୫ଟି ମେଗା ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ଏହା ଦ୍ବାରା ମୟୁରଭଞ୍ଜ, ଶ୍ୟାମାଘୁଣ୍ଟା ଓ ବାରିପଦାର ୨୨୨ଟି ଗାଁର ଲୋକମାନେ ଉପକୃତ ହେବେ । ଏହି ପ୍ରକଳ୍ପଗୁଡ଼ିକରେ ମୋଟ ୧୯୦ କୋଟି ଖର୍ଚ୍ଚ ହେବ । ୨ବର୍ଷରେ କାମ ସାରିବାକୁ ନିର୍ଦ୍ଦେଶ ।

 

ସମ୍ବନ୍ଧିତ ଖବର