ସୋସିଆଲ ମିଡିଆରେ ସରକାରୀ ତଥ୍ୟ

ଭୁବନେଶ୍ୱର : ଆଜି ପବ୍ଲିକ ଡୋମେନ୍‌ ଦିବସ। ଏହି ଦିବସରେ ରାଜ୍ୟ ସରକାରଙ୍କ ୨ଟି ବିଭାଗ ସୂଚନା ଓ ଲୋକସଂପର୍କ ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି କଲ୍ୟାଣ ବିଭାଗର ସୋସିଆଲ୍‌ ମିଡିଆ ଯଥା: ଫେସ୍‌ବୁକ୍‌, ଟୁଇଟ୍‌ରରେ ପ୍ରଦତ୍ତ ତଥ୍ୟକୁ ଜନସାଧାରଣ ବ୍ୟବହାର ପାଇଁ ଉପଲବ୍ଧ ରଖାଯାଇଛି। ଏଥିରେ ରହିଥିବା ସରକାରୀ ପ୍ରକାଶନ, ଭିଡିଓ, ଫଟୋ ଏବଂ ଅନ୍ୟାନ୍ୟ ତଥ୍ୟଗୁଡ଼ିକୁ ଜନସାଧାରଣ ବ୍ୟବହାର କରିପାରିବେ। ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ମାସରେ ଛାତ୍ରଛାତ୍ରୀ, ଗଣମାଧ୍ୟମ, ଜନସାଧାରଣ ତାଙ୍କ ନିଜସ୍ୱ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୋସିଆଲ୍‌ ମିଡିଆଗୁଡ଼ିକୁ କପିରାଇଟ୍‌ମୁକ୍ତ କରିଥିଲେ।

ସମ୍ବନ୍ଧିତ ଖବର