ଭୁବନେଶ୍ୱର : ଏଥର ଚାଷୀମାନଙ୍କୁ ରାଜ୍ୟ ସରକାର ଯୋଗାଇଦେବେ ସ୍ମାର୍ଟ ମୋବାଇଲ୍ ବା ଆଣ୍ଡ୍ରଏଡ୍ ଫୋନ୍। ପ୍ରତି ଜିଲ୍ଲାରୁ ପ୍ରାୟ ୨ ହଜାର ଲେଖାଏଁ ଚାଷୀଙ୍କୁ ମିଳିବ ଏ ଧରଣର ଫୋନ୍।
ଆଜି ଏ ସଂକ୍ରାନ୍ତରେ ସୂଚନା ଦେଇ ସମବାୟ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଲେ ଯେ ପୂର୍ବରୁ ରାଜ୍ୟ ସରକାର ଚାଷୀଙ୍କୁ ମୋବାଇଲ୍ ଫୋନ୍ ଯୋଗାଇ ଦେଇଥିଲେ। ସେହି ମୋବାଇଲ୍ ଯୋଗେ ସେମାନେ ପାଣିପାଗ ହେଉ ବା ବଜାରର ସ୍ଥିତି ସଂପର୍କରେ ଜାଣିପାରୁଥିଲେ। ବର୍ତମାନ ଆଣ୍ଡ୍ରଏଡ୍ ଫୋନ ଯୋଗେ ଚାଷ ଓ ଚାଷୀଙ୍କ ଉପଯୋଗୀ ସୂଚନା ମିଳିପାରୁଛି। ଏଣୁ, ପୁରୁଣା ଫୋନ୍ ପରିବର୍ତେ ସ୍ମାର୍ଟ ଫୋନ ଦିଆଯିବ ବୋଲି ସେ କହିଥିଲେ। ଏଥିପାଇଁ ବଜେଟ୍ରେ ୩ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ତେବେ ସ୍ମାର୍ଟ ଫୋନ୍ ପ୍ରଦାନ ନେଇ ଏକ କମିଟି ଗଠନ କରାଯାଇଥିବା ସେ ସୂଚନା ଦେଇଥିଲେ।