ଅଗଷ୍ଟ ୧୫ରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପତ୍ର ବଣ୍ଟନ ଆରମ୍ଭ ହେବ

ଭୁବନେଶ୍ୱର : ରାଜ୍ୟ ସରକାର ଆସନ୍ତା ୧୫ ତାରିଖ ସ୍ୱାଧିନତା ଦିବସ ଉପଲକ୍ଷେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପତ୍ର ପ୍ରଦାନ କରାଯିବ । ଏହି ପତ୍ର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନାରେ ପଂଜୀକୃତ ୪୪ ଲକ୍ଷ ୮ ହଜାର ୭୦ ଜଣ ହିତାଧିକାରୀ ପରିବାର ଓ ବିଜୁ କୃଷକ କଲ୍ୟାଣ ଯୋଜନା-୧ରେ ପଂଜୀକୃତ ୨୫ ଲକ୍ଷ ୬୧ ହଜାର ୬୦୨ ଜଣ ହିତାଧିକାରୀ ପରିବାରଙ୍କୁ ମିଶାଇ ମୋଟ ୬୯ ଲକ୍ଷ ୬୯ ହଜାର ୬୭୨ ଜଣଙ୍କୁ ପ୍ରଦାନ କରାଯିବ । ଏକ ସପ୍ତାହ ମଧ୍ୟରେ ଏହି ପତ୍ର ବଣ୍ଟନ କାର୍ଯ୍ୟ ଶେଷ ହେବ । ଏସବୁ ପତ୍ର ବଣ୍ଟନ ପାଇଁ ସରକାର ଜିଲ୍ଲା ଓ ବ୍ଲକ ସ୍ତରରେ କମିଟି ମାନ ଗଠନ କରିଛନ୍ତି । ବ୍ଲକ ସ୍ତରରେ ବିଡିଓ ଏସବୁ ପତ୍ରଗୁଡ଼ିକର ବଣ୍ଟନ କରିବେ । ସେ ଏହି ପତ୍ରଗୁଡ଼ିକ ଗ୍ରାମ ରୋଜଗାର ସାଥୀ, ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ଆରଆଇ, ଗ୍ରାମ କୃଷି କର୍ମୀ ଓ ଗ୍ରାମ ସେବକ ଇତ୍ୟାଦିଙ୍କ ମାଧ୍ୟମରେ ବଣ୍ଟନ କରିବେ । ଏହି ପତ୍ର ବଣ୍ଟନ ପ୍ରକ୍ରିୟାକୁ ଆଇସିଡିଏସ ସୁପରଭାଇଜର, ଜିପିଓ, ରାଜସ୍ୱ ସୁପରଭାଇଜର ଆଦି ତଦାରଖ କରିବେ ।

ସମ୍ବନ୍ଧିତ ଖବର