ଛତା ପାଇଁ ୧୦୦ ଟଙ୍କା

ଭୁବନେଶ୍ୱର : ବିଭିନ୍ନ ସରକାରୀ ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ଛତା କିଣିବାକୁ ରାଜ୍ୟ ସରକାର ସହାୟତା ଦେବେ। ପ୍ରତ୍ୟେକ ହିତାଧିକାରୀଙ୍କୁ ଗ୍ରୀଷ୍ମକାଳୀନ ସହାୟତା ସ୍ୱରୂପ ଏ ବାବଦକୁ ଶହେ ଟଙ୍କା ମିଳିବ। ଜାତୀୟ ସାମାଜିକ ନିରାପତ୍ତା ଯୋଜନା ଏବଂ ମଧୁବାବୁ ପେନସନ୍‌ ଯୋଜନା ଅନ୍ତର୍ଗତ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଭିନ୍ନକ୍ଷମ ଭତ୍ତା ଏବଂ ଅନ୍ୟାନ୍ୟ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ଆସନ୍ତା ୧୫ ତାରିଖ ଜନସେବା ଦିବସ ଅବସରରେ ଏହାକୁ ପ୍ରଦାନ କରିବାକୁ ସ୍ଥିର ହୋଇଛି। ଅର୍ଥାତ୍‌ ରାଜ୍ୟ ସରକାର ହିତାଧିକାରୀ ମାନଙ୍କୁ ନିୟମିତ ପ୍ରଦାନ କରାଯାଉଥିବା ଭତ୍ତା ସହ ସେଦିନ ଅତିରିକ୍ତ ଶହେ ଟଙ୍କା ପ୍ରଦାନ କରିବେ।

ସମ୍ବନ୍ଧିତ ଖବର