ଡ୍ରାଇଭରଙ୍କ ଦାବି ତୁରନ୍ତ ପୂରଣ କରନ୍ତୁ ସରକାର : ଶରତ

ଭୁବନେଶ୍ବର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଦୁଇଦିନ ହେବ ଚାଲିଛି। ରାଜ୍ୟବ୍ୟାପୀ ଲୋକମାନେ ଯାତାୟତ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପରିବହନ ଠପ୍ ହୋଇଯିବା ଯୋଗୁଁ ବଜାର ପ୍ରଭାବିତ ହୋଇଛି। ତେଲ ‌ଟାଙ୍କିରେ ତେଲ ସରିବାକୁ ବସିଲାଣି। ତେଣୁ ରାଜ୍ୟ ସରକାର ଡ୍ରାଇଭରମାନଙ୍କ ସମସ୍ୟା ଆଲୋଚନା ଜରିଆରେ ତୁରନ୍ତ ସମାଧାନ କରନ୍ତୁ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।

ଏକ ପ୍ରେସ୍ ବିବୃତିରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ସରକାର ବାରମ୍ବାର ଡ୍ରାଇଭରମାନଙ୍କ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ଏତେଦିନ ପରେ ବି ସମସ୍ୟାର ସମାଧାନ ପାଇଁ କାହିଁକି ଆଗ୍ରହ ଦେଖାଉନାହାନ୍ତି। ବିଧାନସଭାରେ କଂଗ୍ରେସ ତରଫରୁ ଏହି ପ୍ରସଙ୍ଗ ଉଠାଯିବା ସହିତ ସରକାରଙ୍କ ହସ୍ତକ୍ଷେପ ଦାବି କରାଯାଇଛି। ତେଣୁ ରାଜ୍ୟ ସରକାର ସମସ୍ୟାର ଗମ୍ଭୀରତାକୁ ହୃଦୟଙ୍ଗମ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର