ଭୁବନେଶ୍ୱର : ରାଜ୍ୟର ୯ମ ଓ ୧୦ମ ଶ୍ରେଣୀ ପିଲାମାନଙ୍କ ସୁବିଧା ପାଇଁ ସରକାର କେତେକ ପଦକ୍ଷେପ ନେଇଛନ୍ତି । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରକାଶିତ ୯ମ ଓ ୧୦ ବହି ବିଭିନ୍ନ ଜୋନାଲ କେନ୍ଦ୍ର ଭୁବନେଶ୍ୱର, କଟକ, ସମ୍ବଲପୁର, ବାଲେଶ୍ୱର ଓ ବ୍ରହ୍ମପୁରକୁ ପଠାଯାଉଛି । ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଡ଼ି ଅନୁମତି ମାଗିଛନ୍ତି । ଡିଲରମାନେ ଏସବୁ ଜୋନାଲ କେନ୍ଦ୍ରରୁ ବହି ସଂଗ୍ରହ କରି ବିକ୍ରି କରିପାରିବେ । ଏସମ୍ପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି ।
ମାଟ୍ରିକ ଖାତା ମୂଲ୍ୟାଙ୍କନ ସଂମ୍ପର୍କରେ ସେ କହିଛନ୍ତି ଯେ ମୂଲ୍ୟାଙ୍କନ କେନ୍ଦ୍ରରେ ସାମାଜିକ ଦୂରତା ବଜାୟ ରଖାଯିବ ଓ ପରୀକ୍ଷକଙ୍କ ସଂଖ୍ୟା ବୃଦ୍ଧି କରାଯିବ । େଓ୍ୱଟିଂ ଲିଷ୍ଟରେ ଥିବା ପରୀକ୍ଷାର୍ଥୀଙ୍କୁ ଖାତ ଦେଖିବାକୁ ଡକାଯିବ । ୪୫ ଦିନ ମଧ୍ୟରେ ଫଳ ବାହାରିବ ବୋଲି ସେ କହିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Sameer-Dash.jpg)