ବିରୋଧୀ ଦଳ ଉପନେତା ବିଷ୍ଣ ଚରଣ ସେଠୀଙ୍କ ଚିକିତ୍ସା ପାଇଁ ଡାକ୍ତରୀ ଦଳ ପଠାଇବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଥିବା ଓଡ଼ିଶା ବିଧାନସଭାରେ ବିରୋଧୀ ଦଳର ଉପନେତା ବିଷ୍ଣ ଚରଣ ସେଠୀଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ବି ଉଦବେଗଜନକ ରହିଛି । ଏହାକୁ ଦୃଷ୍ଟିରେ ରଖି କଟକ ବଡ଼ ମେଡିକାଲରୁ ଏକ ବିଶେଷଜ୍ଞ ଡାକ୍ତରୀ ଦଳକୁ ତୁରନ୍ତ ଏମ୍ସ ପଠାଇବାକୁ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦିପ୍ତ ମହାପାତ୍ରଙ୍କୁ ପତ୍ର ଲେଖି ନିର୍ଦ୍ଦେଶ ଦେଇଛନ୍ତି ।  ଏହି ଡାକ୍ତରୀ ଦଳ ଏମ୍ସରେ ଶ୍ରୀ ସେଠୀଙ୍କ ଚିକିତ୍ସା କରୁଥିବା ଡାକ୍ତରମାନଙ୍କୁ ଆବଶ୍ୟକ ପରାମର୍ଶ ଦେବ ।

ସମ୍ବନ୍ଧିତ ଖବର