ଆଉ ୪ଟି ପରିବାର ଅଦାଲତ ଖୋଲିବାକୁ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ବର : ପରିବାର ବିବାଦ ନେଇ ରାଜ୍ୟରେ ବୃଦ୍ଧି ପାଉଥିବା ମାମଲାଗୁଡ଼ିକର ତ୍ବରିତ୍ ଫଇସଲା ପାଇଁ ସରକାର ଆଉ ୪ଟି ସ୍ଥାନରେ ପରିବାର ଅଦାଲତ ଖୋଲିବେ। ଚଳିତ ଆର୍ଥିକ ବର୍ଷରେ ଅନୁଗୁଳ, ରାୟଗଡ଼ା, ବୌଦ୍ଧ ଓ ଜଗତସିଂହପୁରରେ ଏହିସବୁ କୋର୍ଟ ଖୋଲିବା ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି ବୋଲି ଆଇନମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର