ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉତ୍ସର୍ଗୀକୃତ ସେବାକୁ ମିଳିବ ସରକାରୀ ସ୍ୱୀକୃତି। ଏପରି ନିସ୍ୱାର୍ଥପର ସେବା ଯୋଗାଉଥିବା ଡାକ୍ତର ଓ କର୍ମଚାରୀଙ୍କୁ ଚଳିତ ବର୍ଷ ଠାରୁ ସରକାର ଦେବେ ‘ଉତ୍କଳମଣି ଗୋପବନ୍ଧୁ ଦାସ ପୁରସ୍କାର’। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଆଜି ସଚିବାଳୟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ଡାକ୍ତର ଓଁକାର ହୋତାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ମାଲକାନଗିରିର ଦୁର୍ଗମ ଅଞ୍ଚଳରେ କାର୍ଯ୍ୟରତ ଡାକ୍ତର ହୋତା ଜଣେ ଗର୍ଭବତୀ ମହିଳାଙ୍କୁ ଜରୁରି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହ ତାଙ୍କୁ ପହଞ୍ଚାଇ ତାଙ୍କୁ ଜୀବନ ରକ୍ଷା କରିଥିଲେ। ତାଙ୍କର ଏହି କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଥିଲା। ଡାକ୍ତର ହୋତାଙ୍କର ଏହି ନିସ୍ୱାର୍ଥପୁର ସେବା ଓ ମାନବିକତା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କର ଉଚ୍ଚ ପ୍ରଶଂସା କରିବା ସହ ଉପାୟନ, ପ୍ରଶଂସାପତ୍ର ଓ ରୂପାର ଏକ ସ୍ମାରକ ପ୍ରଦାନ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ନୂଆ ଓଡ଼ିଶାର ପ୍ରତୀକ : ଧର୍ମେନ୍ଦ୍ର
ଡାକ୍ତର ଓଁକାର ହୋତାଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ଟ୍ଵିଟ୍ କରି କହିଛନ୍ତି, ଡାକ୍ତର ହୋତାଙ୍କ ଏହି ମାନବିକ କାର୍ଯ୍ୟ ପ୍ରଶଂସନୀୟ। ବାସ୍ତବିକ ସେ ହିଁ ନୂଆ ଓଡ଼ିଶାର ପ୍ରତୀକ ଓ ରାଜ୍ୟର ଗର୍ବ।