ରାଉରକେଲା: କରୋନା ପରଠୁ ସହରରେ କିଛି ଘରୋଇ ହସ୍ପିଟାଲରେ ବ୍ୟବହାର ହେଉଛି ସରକାରୀ ଭେଣ୍ଟିଲେଟର୍। ପ୍ରାୟ ୨ କୋଟି ଟଙ୍କାର ୨୭ଟି ଭେଣ୍ଟିଲେଟର୍ ବ୍ୟବହାର ହେଉଥିବା ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ସ୍ବାସ୍ଥ୍ୟବିଭାଗକୁ ଅବଗତ କରିଥିଲେ। ବିଧାୟକ ଜଣାଇବା ପରେ ସ୍ବାସ୍ଥ୍ୟ ବିଭାଗ ସମ୍ପୃକ୍ତ ଘରୋଇ ହସ୍ପିଟାଲଗୁଡ଼ିକୁ ତୁରନ୍ତ ଭେଣ୍ଟିଲେଟର୍ ଫେରାଇବାକୁ ଚିଠି ଲେଖିଥିଲେ। ସ୍ବାସ୍ଥ୍ୟବିଭାଗ ଚିଠି ଲେଖିବା ପରେ କିଛି ଘରୋଇ ହସ୍ପିଟାଲ ଭେଣ୍ଟିଲେଟର୍ ଫେରସ୍ତ କରୁନଥିବା ନେଇ ବିଭିନ୍ନ ମହଲରେ ଅଭିଯୋଗ ହେଉଛି।
ସରକାରଙ୍କ ପକ୍ଷରୁ ଯେତିକି ଭେଣ୍ଟିଲେଟର୍ ଦିଆଯାଇଥିଲା, ସେତିକି ଫେରାଉନଥିବା ଅଭିଯୋଗ ହୋଇଛି। କରୋନା ପରଠୁ ଘରୋଇ ହସ୍ପିଟାଲ ଏସବୁ ଭେଣ୍ଟିଲେଟରକୁ ବ୍ୟବହାର କରି ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ହେଲେ ସରକାରଙ୍କ ପାଖକୁ ଟଙ୍କାଟିଏ ବି ଆସୁନି।
ପୂର୍ବରୁ ବିଏସ୍କେୱାଇ ଓ ଏବେ ଆୟୁଷ୍ମାନ ଭାରତ କାର୍ଡରେ ଶହଶହ ରୋଗୀ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ଆଇସିୟୁରେ ଭର୍ତ୍ତି ହେଉଥିବା ରୋଗୀଙ୍କ ପାଇଁ ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଉଥିବା ଭେଣ୍ଟିଲେଟର୍ ମେସିନ୍ ବ୍ୟବହାର କରାଯାଉଛି। ଆଶ୍ଚର୍ଯ୍ୟର କଥା, ସରକାରଙ୍କ ମେସିନ୍କୁ ବ୍ୟବହାର କରି ସରକାରଙ୍କଠୁ ଏ ବାବଦ ଅର୍ଥ ନିଆଯାଉଛି।
ପୂର୍ବରୁ ବିଏସ୍କେୱାଇ କାର୍ଡରେ ଏହି ମେସିନକୁ ବ୍ୟବହାର କରି ସରକାରଙ୍କଠୁ ଲକ୍ଷଲକ୍ଷ ଟଙ୍କା ନେଉଥିଲେ। ଏବେ ଆୟୁଷ୍ମାନ ଭାରତ କାର୍ଡରେ ମଧ୍ୟ ସେହି ମେସିନକୁ ବ୍ୟବହାର କରି ସରକାରଙ୍କଠୁ ଅର୍ଥ ନେଉଛନ୍ତି। କେବଳ ଭେଣ୍ଟିଲେଟ୍ର୍ ନୁହେଁ ଅନ୍ୟାନ୍ୟ ଉପକରଣ ମଧ୍ୟ ଏହି ତିନିଟି ଘରୋଇ ହସ୍ପିଟାଲ ବ୍ୟବହାର ହେଉଛି।
ସ୍ବାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ୨୭ଟି ଭେଣ୍ଟିଲେଟ୍ର ମେସିନ୍ ଫେରସ୍ତ ହୋଇଛି କି ନାହିଁ ? ଯଦି ଘରୋଇ ହସ୍ପିଟାଲଗୁଡ଼ିକ ଫେରସ୍ତ କରିଛନ୍ତି, ତେବେ ଏହି ମେସିନ୍ଗୁଡ଼ିକ କେଉଁଠାରେ ଅଛି? ତା’ର କୌଣସି ଉତ୍ତର ଜିଲ୍ଲା ମୁଖ୍ୟସ୍ବାସ୍ଥ୍ୟ ଅଧିକାରୀ କିମ୍ବା ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପାଖରେ ନାହିଁ। ତେବେ ୨୭ଟି ଭେଣ୍ଟିଲେଟ୍ର ଓ ଅନ୍ୟ ମେସିନ୍ଗୁଡ଼ିକ କାହିଁକି ଫେରାଯାଉ ନାହିଁ, ତା’ର ତଦନ୍ତ କରାଯାଉ ବୋଲି ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/09/2025-07-09t140418003z-303a0e67-a2aa-4acf-8f08-768d7ad5fbb9-2025-07-09-19-34-16.jpg)
/sambad/media/media_files/2025/08/13/ce81126a-82b8-499f-9365-61140d794446-2025-08-13-12-49-55.png)