ଅବସରପ୍ରାପ୍ତ ଅଧ୍ୟାପକଙ୍କ ଭବିଷ୍ୟନିଧି ପାଣ୍ଠି ଅର୍ଥ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଉଛି : ଅର୍ଥ ବିଭାଗ

ଭୁବନେଶ୍ବର : ସରକାରୀ/ବେସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରୁ ଅବସର ଗ୍ରହଣ କରିଥିବା ଅଧ୍ୟାପକ ଓ କର୍ମଚାରୀଙ୍କ ପୂର୍ଣ୍ଣାଙ୍ଗ/ପୁନଃମୂଲ୍ୟାୟନ ଭବିଷ୍ୟନିଧି ପାଣ୍ଠି ଅର୍ଥ ରାଜ୍ୟ ପେନସନ୍ ଟ୍ରେଜେରୀ ମାଧ୍ୟମରେ ସେମାନଙ୍କ ବ୍ୟାଙ୍କ ଜମାଖାତାରେ ସିଧାସଳଖ ଜମା କରାଯାଉଛି । ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଚିଠି ସଂଖ୍ୟା ୨୬୯୬୮ ତା.୦୬/୧୦/୨୦ ଏବଂ ଗତ ୧୯ ଜାନୁଆରିରେ ଆସିଥିବା ଲେଖା ନିୟନ୍ତ୍ରକଙ୍କ ଆଦେଶ ସଂଖ୍ୟା ୧୫ ଅନୁସାରେ ଏହି ପାଣ୍ଠି ଅର୍ଥ ରାଜ୍ୟ ପେନସନ୍ ଟ୍ରେଜେରୀ ମାଧ୍ୟମରେ ଜମା କରାଯାଉଛି । ପୂର୍ବରୁ ବିତରଣ ଅଧିକାରୀ (ଡିଡିଓ)ଙ୍କ ମାଧ୍ୟମରେ ଏହା ଜମା ହେଉଥିଲା । ବ୍ୟାଙ୍କଖାତାରେ ଅର୍ଥ ଜମା ବାବଦରେ ଉପଭୋକ୍ତାଙ୍କୁ ପଞ୍ଜିକୃତ ମୋବାଇଲ୍
ନମ୍ବରରେ ମଧ୍ୟ ସୂଚନା ଦିଆଯାଉଛି । ଏ ସଂପର୍କରେ ମଧ୍ୟ ସଂପୃକ୍ତ ବ୍ୟାଙ୍କ ସହ ହିତାଧିକାରୀ ଯୋଗାଯୋଗ କରିପାରିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧିତ ଖବର