ନାକ୍‌ରେ ସୋଆକୁ ‘ଏ++’ ଗ୍ରେଡ୍‌

ଭୁବନେଶ୍ୱର : ଉଚ୍ଚଶିକ୍ଷା କ୍ଷେତ୍ରରେ ନିଜର ଉତ୍କର୍ଷ ବଜାୟ ରଖି ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଡିମ୍‌ଡ ବିଶ୍ବବିଦ୍ୟାଳୟ ନ୍ୟାସନାଲ୍ ଆସେସ୍‌ମେଣ୍ଟ ଆଣ୍ଡ ଆକ୍ରିଡିଟେସନ୍ କାଉନ୍‌ସିଲ୍(ନାକ୍‌)ର ତୃତୀୟ ପର୍ଯ୍ୟାୟ ମୂଲ୍ୟ ନିର୍ଦ୍ଧାରଣ ପ୍ରକ୍ରିୟାରେ ‘ଏ++’ ଗ୍ରେଡ୍ ହାସଲ କରିଛି। ମୋଟ ୪.୦୦ ସ୍କୋର୍‌ରୁ ୩.୮୮ କ୍ୟୁମୁଲେଟିଭ୍ ଗ୍ରେଡ ପଏଣ୍ଟ ଆଭରେଜ(ସିଜିପିଏ) ହାସଲ କରି ସୋଆ ଏହି କୃତିତ୍ୱ ହାସଲ କରିଛି।

ପାଠ୍ୟକ୍ରମର ଦିଗ, ଶିକ୍ଷା ପ୍ରଦାନ ଓ ଗ୍ରହଣ, ମୂଲ୍ୟାୟନ, ଗବେଷଣା, ନବୀକରଣ ଓ ବିସ୍ତାର, ଭିତ୍ତିଭୂମି ଓ ଶିକ୍ଷା ଗ୍ରହଣ ସଂଶୋଧନ, ଛାତ୍ରଙ୍କ ସହଯୋଗ ଓ ପ୍ରଗତି, ପ୍ରଶାସନ, ନେତୃତ୍ୱ ଓ ପରିଚାଳନା, ଶୈକ୍ଷିକ ମୂଲ୍ୟବୋଧ, ସର୍ବୋତ୍ତମ ଅଭ୍ୟାସ ଭଳି ମାନଦଣ୍ଡକୁ ନେଇ ଏହି ମୂଲ୍ୟାଙ୍କନ କରାଯାଇଥିଲା। ମେ ୪ରୁ ୬ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ନାକ୍‌ର ଏକ ୭ ଜଣିଆ ଟିମ୍‌ କ୍ୟାମ୍ପସ ପରିଦର୍ଶନ କରି ବିଶ୍ୱବିଦ୍ୟାଳୟର ମୂଲ୍ୟାଙ୍କନ କରିଥିଲେ। ଆଗାମୀ ୭ ବର୍ଷ ପର୍ଯ୍ୟନ୍ତ ନାକ୍‌ର ଏହି ସ୍ୱୀକୃତି ବଳବତ୍ତର ରହିବ। ୨୦୦୯ ଓ ୨୦୧୫ରେ ସୋଆ ନାକ୍‌ ‘ଏ’ ଗ୍ରେଡ ହାସଲ କରିଥିଲା।

ସମ୍ବନ୍ଧିତ ଖବର