ଧାରଣାରୁ ଓହରିଲେ ଗ୍ରାମ ରୋଜଗାର ସେବକ ସଂଘ

ଭୁବନେଶ୍ୱର : ସେପ୍ଟେମ୍ବର ୧୧ତାରିଖରୁ ଲୋୟର ପିଏମ୍‌ଜିଠାରେ ଧାରଣାରେ ବସିଥିବା ଗ୍ରାମ ରୋଜଗାର ସେବକ ସଂଘ ୧୫ତାରିଖରେ ଧାରଣାରୁ ଓହରି ଯାଇଥିବା ନେଇ ରାଜ୍ୟ ଆବାହକ ସୁଧୀର ଚନ୍ଦ୍ର ମୁଦୁଲି ଏକ ପ୍ରେସ୍‌ ବିବୃତି ମାଧ୍ୟମରେ ଜଣାଇଛନ୍ତି। ଧାରଣାକୁ ସଫଳ କରିବା ନେଇ ସାମିଲ ହୋଇଥିବା ସମସ୍ତ ଗ୍ରାମ ରୋଜଗାର ସେବକମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ଏହା ସହ ରାଜ୍ୟପାଳ ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମେତ ପଞ୍ଚାୟତିରାଜ ମନ୍ତ୍ରୀ ଏବଂ ପଞ୍ଚାୟତିରାଜ ସଚିବଙ୍କୁ ୧୦ଦଫା ବିଶିଷ୍ଟ ଦାବିପତ୍ର ଦେଇଥିଲେ। ପରେ ସେମାନଙ୍କଠାରୁ ଦାବି ପୂରଣ ନେଇ ସବୁଜ ସଙ୍କେତ ପାଇବା ପରେ ଖୁସି ବ୍ୟକ୍ତ କରିଛନ୍ତି। ଏହା ସହ ସଂଘର ନାମକୁ ଖରାପ କରୁଥିବା କିଛି ଖଳ ପ୍ରକୃତିର ଲୋକଙ୍କ ପ୍ରତି ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରନ୍ତୁ ବୋଲି ସଂଘ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର