ଭୁବନେଶ୍ବର : ସ୍ଥାୟୀ ନିଯୁକ୍ତି ଦାବିରେ ଓଡ଼ିଶା ଗ୍ରାମ ରୋଜଗାର ସେବକ ସ˚ଘର କାର୍ଯ୍ୟବନ୍ଦ ଆନ୍ଦୋଳନ ୪୦ଦିନରେ ପହଞ୍ଚିଛି। ତେବେ ଗତକାଲି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ୍ ସୁନାମୁଦି ପଞ୍ଚାୟତର ଜିଆରଏସ୍ ଦିପେଶ ସାହୁଙ୍କ ବିୟୋଗରେ ସଂଘ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଲୋୟର ପିଏମ୍ଜି ସ୍ଥିତ ଧାରଣା ସ୍ଥଳରେ ଅନୁଷ୍ଠିତ ହୋଇଯାଇଛି। ସଭା ଆରମ୍ଭରେ ଦିପେଶଙ୍କ ସ୍ମୃତିରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ସେହିପରି ସନ୍ଧ୍ୟା ସମୟରେ ଏକ ମହମବତି ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏଥିରେ ସ୍ବର୍ଗତ ସାହୁଙ୍କ ଆତ୍ମାର ସଦ୍ଗତି କାମନା କରାଯାଇଥିଲା। ଏହି ଅବସରରେ ଦିପେଶଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ସଂଘ ଚେତାବନୀ ଦେଇଛି। ଯେପର୍ଯ୍ୟନ୍ତ ସରକାର ଜିଆରଏସ୍ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେଇନାହାନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଆଜିର ଏହି ସଭା ଓ ଶୋଭାଯାତ୍ରାରେ ରାଜ୍ୟ ସ˚ଗଠନ ସମ୍ପାଦକ ଅଜୟ କୁମାର ଜେନା, ସଭାପତି ପ୍ରଭାତ ତିୱାରୀ, କୋଷାଧ୍ୟକ୍ଷ ଦୁର୍ଯ୍ୟୋଧନ କଲେଟ, ଉପସଭାପତି ସତ୍ୟ ଜୀବନ ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।
ଗ୍ରାମ ରୋଜଗାର ସେବକଙ୍କ ଧାରଣା ୪୦ଦିନରେ
/sambad/media/post_attachments/wp-content/uploads/2018/12/GRS-STRIKE-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)