ମାର୍ଚ ଶେଷ ସୁଦ୍ଧା ଆଉ ୧.୫୧ ଲକ୍ଷ ଗୃହ ନିର୍ମାଣ ସରିବ

ଭୁବନେଶ୍ୱର : ଗ୍ରାମୀଣ ଆବାସ ଯୋଜନାରେ ଗତ ଚାରିବର୍ଷ ମଧ୍ୟରେ ୧୫.୫୨ ଲକ୍ଷରୁ ଅଧିକ ବାସଗୃହ ନିର୍ମାଣ ସରିଛି। ଚଳିତ ବର୍ଷର ଗତ ୧୯ ତାରିଖ ସୁଦ୍ଧା ୪.୧୯ ଲକ୍ଷରୁ ଅଧିକ ଗୃହ ପୂର୍ଣ୍ଣାଙ୍ଗ ହୋଇଛି। ଆହୁରି ୧.୫୧ ଲକ୍ଷ ବାସଗୃହ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ମାସ ଶେଷ ସୁଦ୍ଧା ସେହି ୧.୫୧ ଲକ୍ଷ ସଂଖ୍ୟକ ବାସଗୃହ ନିର୍ମାଣ ସରିବ। ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଦ୍ୱାରା ଭିଡିଓ କନ୍‌ଫରେନ୍ସିଂ ଯୋଗେ ହୋଇଥିବା ଜିଲ୍ଲାଓ୍ଵାରୀ ସମୀକ୍ଷାରୁ ଏହି ସୂଚନା ମିଳିଛି। ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପ୍ରମୁଖ ସଚିବ ଦେଓରଂଜନ କୁମାର ସିଂହଙ୍କ ସୂଚନାନୁସାରେ ଗ୍ରାମୀଣ ଆବାସ ଯୋଜନାର ଉତ୍ତମ ପରିଚାଳନା ନିମନ୍ତେ ‘ଆମ ଘର’ ନାମରେ ମୋବାଇଲ୍‌ ଆପ୍‌ ପ୍ରସ୍ତୁତ କରାଯାଇଛି। ଏଥିରେ ଗୃହ ନିର୍ମାଣର ସ୍ଥିତି ପୋର୍ଟାଲ୍‌ରେ ପ୍ରତିଫଳିତ ହେବ।

ସମ୍ବନ୍ଧିତ ଖବର