ଭୁବନେଶ୍ୱର: ଗ୍ରାମୀଣ ଡାକ ସେବକ (ଜିଡିଏସ) ନିଯୁକ୍ତି ଠକେଇ-୨୦୨୩ ଘଟଣାର ତଦନ୍ତର ଅଂଶ ସ୍ୱରୂପ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବୁଧବାର ଓଡ଼ିଶାର ପାଞ୍ଚଟି ଜିଲ୍ଲାର ୧୨ଟି ସ୍ଥାନରେ ବ୍ୟାପକ ତଲାସୀ ଅଭିଯାନ ଚଳାଇଛି।
୯ ମେ’ ୨୦୨୩ରେ ସିବିଆଇ ଦ୍ୱାରା ଏହି ମାମଲା ପଞ୍ଜିକୃତ କରାଯାଇଥିଲା। ଅଭିଯୋଗ ହୋଇଥିଲା ଯେ, ୨୦୨୩ ଜିଡିଏସ ନିଯୁକ୍ତି ପ୍ରକ୍ରିୟା ସମୟରେ କିଛି ପ୍ରାର୍ଥୀ ଚାକିରି ପାଇବା ପାଇଁ ଜାଲ୍ ମାଟ୍ରିକ୍ ସାର୍ଟିଫିକେଟ୍ ଦାଖଲ କରିଥିଲେ।
ଓଡ଼ିଶାର ଭୁବନେଶ୍ୱର, କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର ଏବଂ କେନ୍ଦୁଝର ଜିଲ୍ଲାରେ କରାଯାଇଥିବା ସିବିଆଇା ତଲାସୀ ଅଭିଯାନରେ ମାମଲାରେ ଜଡିତ ବ୍ୟକ୍ତିବିଶେଷଙ୍କ ଘର, ମଧ୍ୟସ୍ଥି ଏବଂ ଉତ୍ତର ପ୍ରଦେଶ ବୋର୍ଡ ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲିଂ(ଏନଆଇଓଏସ)ର ଜାଲ୍ ମାଟ୍ରିକ୍ ସାର୍ଟିଫିକେଟ୍ ତିଆରି କରିବାରେ ନିୟୋଜିତ ଥିବା ଅଭିଯୁକ୍ତଙ୍କ ଘରକୁ ଟାର୍ଗେଟ କରାଯାଇଛି।
ଅଧିକ ପଢ଼ନ୍ତୁ: ଅଙ୍ଗନୱାଡି ସୁପର୍ଭାଇଜର୍ଙ୍କ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତକ: କ୍ୟାବିନେଟ୍ ନିଷ୍ପତ୍ତି
ଏହି ତଲାସୀ ସମୟରେ ଠକେଇ କାର୍ଯ୍ୟକଳାପ ସମ୍ପର୍କିତ ଅନେକ ଅପରାଧିକ କାଗଜପତ୍ର ଏବଂ ଲେଖା ଉଦ୍ଧାର କରାଯାଇଛି। ଏହି ମାମଲାରେ, ସିବିଆଇ ୩୦ ଡିସେମ୍ବର ୨୦୨୪ରେ ୫୫ ଜଣ ପ୍ରାର୍ଥୀ ଏବଂ ତିନି ଜଣ ମଧ୍ୟସ୍ଥି ସମେତ ୫୮ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଭୁବନେଶ୍ୱର ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରିସାରିଛି।
ଠକେଇର ସମ୍ପୂର୍ଣ୍ଣ ପରିମାଣ ସମ୍ପର୍କରେ ଜାଣିବା ପାଇଁ ଠକେଇରେ ଜଡିତ ବାକି ପ୍ରାର୍ଥୀ ଏବଂ ମାର୍କ ସିଟ୍ ଏବଂ ସାର୍ଟିଫିକେଟ୍ ଜାଲିଆତି ପଛରେ ଥିବା ମାଷ୍ଟରମାଇଣ୍ଡମାନଙ୍କୁ ଚିହ୍ନଟ କରିବା ପାଇଁ ଅଧିକ ତଦନ୍ତ ଜାରି ରହିଛି।
ଅଧିକ ପଢ଼ନ୍ତୁ: ସୁନ୍ଦର ଉପତ୍ୟକାର ଭିଡିଓ କରୁଥିବା ବେଳେ ପର୍ଯ୍ୟଟକଙ୍କ କ୍ୟାମେରାରେ ରେକର୍ଡିଂ ହୋଇଥିଲା ଆତଙ୍କବାଦୀଙ୍କ ଆକ୍ରମଣ
cbi raid | Odisha | Gramin Dak Sevak (GDS)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/04/23/iacYPn8veB4VaAwGGygx.jpg)