କଟକ: ଗ୍ରାମରକ୍ଷୀଙ୍କ ୭ଟି ପ୍ରମୁଖ ଦାବି ପୂରଣ କରା ନଗଲେ ମାର୍ଚ୍ଚ ୯ ତାରିଖରେ ବିଧାନସଭା ସାମ୍ନାରେ ଧାରଣାରେ ବସିବାକୁ ଚେତାବନୀ ଦିଆଯାଇଛି। ଧାରଣାରେ ରାଜ୍ୟର ପାଖାପାଖି ୧୮ ହଜାର ଗ୍ରାମରକ୍ଷୀ ବସିବା ନିଷ୍ପତ୍ତି ହୋଇଛି। ମଙ୍ଗଳବାର ଗଡ଼ଗଡ଼ିଆ ମନ୍ଦିର ପରିସରରେ ଆୟୋଜିତ ବୈଠକରେ ଏଭଳି ଚେତାବନୀ ଦିଆଯାଇଥିବା ନିଖିଳ ଉତ୍କଳ ଗ୍ରାମରକ୍ଷୀ ମହାସ˚ଘର ସଭାପତି ରତ୍ନାକର ନାୟକ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଗ୍ରାମରକ୍ଷୀଙ୍କ ପ୍ରମୁଖ ୭ଟି ଦାବିକୁ ସରକାର ବର୍ତ୍ତମାନ ସୁଦ୍ଧା ଗ୍ରହଣ କରି ନାହାନ୍ତି। ଦାବିଗୁଡ଼ିକ ମଧ୍ୟରେ ଗ୍ରାମରକ୍ଷୀଙ୍କୁ ଦୈନିକ ୪୫୦ ଟଙ୍କା ହିସାବରେ ମାସିକ ୧୩,୫୦୦ ଟଙ୍କା ବେତନ, ମୃତ୍ୟୁ ପରେ ଖାଲି ପଡ଼ିଥିବା ପଦବିରେ ନିଯୁକ୍ତ ପାଇଁ ଆବେଦନ କରିଥିବା ଯୁବକଙ୍କୁ ତୁରନ୍ତ ନିଯୁକ୍ତି ପ୍ରଦାନ, କନ୍ଷ୍ଟେବଳ କିମ୍ବା ସିପାହୀ ନିଯୁକ୍ତିରେ ଗ୍ରାମରକ୍ଷୀଙ୍କ ପାଇଁ ୧୦ ଭାଗ ସ୍ଥାନ ସ˚ରକ୍ଷଣ କରାଯିବା, ପୋଷାକ ବାବଦ ବାର୍ଷିକ ୨ ହଜାର ଟଙ୍କା ଯୋଗାଇବା ଇତ୍ୟାଦି ରହିଛି। ଏହା ବାଦ୍ ମାଓ ମୁକାବିଲା ବେଳେ ମୃତ୍ୟୁ ହେଉଥିବା ଗ୍ରାମରକ୍ଷୀଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ, ଅବସର ପରେ ପେନ୍ସନ ଇତ୍ୟାଦି ଦାବି ମଧ୍ୟ ରହିଛି। ଏ ନେଇ ସଂଘର ପ୍ରତିନିଧିମାନେ ମଙ୍ଗଳବାର ପୁଲିସ ଡିଜି ଶ୍ରୀ ଅଭୟଙ୍କୁ ଭେଟି ଜଣାଇଛନ୍ତି। ଆସନ୍ତା ମାର୍ଚ୍ଚ ୧ ତାରିଖ ସୁଦ୍ଧା ଦାବିଗୁଡ଼ିକ ପୂରଣ ନହେଲେ ଆସନ୍ତା ୯ ତାରିଖରେ ଭୁବନେଶ୍ବରର ଲୋୟର ପିଏମ୍ଜିରେ ଧାରଣା ଦେବାକୁ ସଂଘ ଚେତାବନୀ ଦେଇଛି। ମଙ୍ଗଳବାର ଗଡ଼ଗଡ଼ିଆ ମନ୍ଦିରରେ ଆୟୋଜିତ ବୈଠକରେ ପାଖାପାଖି ୨୦୦ ଗ୍ରାମରକ୍ଷୀ ଏକାଠି ହୋଇ ନିଜର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିବା ମହାସ˚ଘ ସଭାପତି ରତ୍ନାକର ନାଏକ ଏବ˚ ସମ୍ପାଦକ କିଶୋର ଚନ୍ଦ୍ର ମଲ୍ଲିକ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/gj4gdj987dgj987dgj987dgjdgjdgjdgjjg.jpg)