ସୁଡ଼ଙ୍ଗ ଜରିଆରେ ଭଣ୍ଡାରିପୋଖରୀସ୍ଥିତ ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ଉଦ୍ୟମ

ଭଣ୍ଡାରିପୋଖରୀ: ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଭଣ୍ଡାରିପୋଖରୀସ୍ଥିତ ଗ୍ରାମ୍ୟ ବ୍ୟାଙ୍କରୁ ଗତକାଲି ବିଳମ୍ବିତ ରାତିରେ ଚୋରି ଉଦ୍ୟମ ହୋଇଥିବା ଜଣାପଡ଼ିଛି। ବ୍ୟାଙ୍କର ପଛପଟେ ଏକ ସୁଡ଼ଙ୍ଗ ହୋଇଥିବାର ସୂଚନା ମିଳିଛି। ଚୋରମାନେ ସେହି ସୁଡ଼ଙ୍ଗ ଜରିଆରେ ଗ୍ରାମ୍ୟ ବ୍ୟାଙ୍କରୁ ଟଙ୍କା ଲୁଟିବାର ଯୋଜନା କରିଥିଲେ ବୋଲି କୁହାଯାଉଛି।

ଏହାଛଡ଼ା ଗ୍ରାମ୍ୟ ବ୍ୟାଙ୍କକୁ ଲାଗି ରହିଥିବା ଏକ ଟୁ ହୁଇଲର ପଲ୍ୟୁସନ ଚେକିଂ ସେଣ୍ଟରରୁ ମଧ୍ୟ ଚୋରି ହୋଇଥିବା ଜଣାପଡ଼ିଛି।

ଏସଂପର୍କରେ ଖବର ପାଇ ଭଣ୍ଡାରିପୋଖରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି । ଆଜି ରବିବାର ହୋଇଥିବା ହେତୁ ରିପୋର୍ଟ ପ୍ରସ୍ତୁତ ହେବା ଯାଏଁ ଏନେଇ ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାଯାଇଛି। ତେବେ ପୁଲିସ ତଦନ୍ତ ଜାରି ରଖିଥିବା କୁହାଯାଉଛି।

ସୂଚନାଯୋଗ୍ୟ, ଦୁଇଦିନ ତଳେ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ମଞ୍ଜୁରୀ ରୋଡସ୍ଥିତ ଆଲ୍ହାବାଦ ବ୍ୟାଙ୍କରୁ ଜଣେ ଗ୍ରାହକଙ୍କଠାରୁ ଲୁଟ ହୋଇଥିଲା। ଏହାପରେ ପୁଣି ଚୋରି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର