ଗୁଣିଗାରେଡ଼ି ସନ୍ଦେହରେ ବୀଭତ୍ସ ହତ୍ୟା: ଅଜାଙ୍କୁ ଟାଙ୍ଗିଆରେ ହାଣିଲା ନାତି

କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ୍ କେ. ବଲାଙ୍ଗ ଥାନା ପୁରୁଣାପାଣି ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ସୋମବାର ବୀଭତ୍ସ ହତ୍ୟାକାଣ୍ଡ ହୋଇଛି। ସଲମାନ ମୁଣ୍ଡା ସଂପର୍କୀୟ ଅଜା ନଇମନ ମୁଣ୍ଡାଙ୍କୁ ଟାଙ୍ଗିଆରେ ବୀଭତ୍ସ ଭାବେ ହାଣି ହତ୍ୟା କରିଛି।

ସୂଚନା ଅନୁସାରେ କେ. ବଲାଙ୍ଗ ଥାନା ପୁରୁଣାପାଣି ଗାଁରେ ନଇମନ ମୁଣ୍ଡାଙ୍କୁ ସଂପର୍କୀୟ ନାତି ସଲମାନ ମୁଣ୍ଡା ଆଜି ଟାଙ୍ଗିଆରେ ହାଣିଥିଲା। ହତ୍ୟା ପରେ ଅଜାଙ୍କ କଟା ମୁଣ୍ଡକୁ ଏକ ବ୍ୟାଗରେ ଧରି ଗାଁରେ ବୁଲୁଥିଲା। ଏନେଇ ଗାଁ ଲୋକେ ପୁଲିସକୁ ଖବର ଦେଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି । ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା ବୋଲି ଗାଁରେ ଆଲୋଚନା ହେଉଛି। ଏପଟେ ଶବକୁ ଜବତ କରି ବ୍ୟବଛେଦ ପାଇଁ ପୁଲିସ ଲହୁଣୀପଡା ସିଏଚସିକୁ ପାଠାଇଛି ।

ସୂଚନାଯୋଗ୍ୟ, ଦେଶ ସ୍ବାଧୀନତା ପ୍ରାପ୍ତିର ୭୬ ବର୍ଷ ଅତିକ୍ରମ କରି ସାରିଥିଲେ ବି ଓଡ଼ିଶାରେ ଗୁଡ଼ିଗାରେଡିକୁ ନେଇ ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସୁଛି। ବିଶେଷ ଭାବରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ସୁନ୍ଦରଗଡ଼, ମୟୂରଭଂଜ, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ରାୟଗଡ଼ା, ନବରଂଗପୁର, ମାଲକାନଗିରି ଓ ନୂଆପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅତୀତରେ ଗୁଣିଗାରେଡିକୁ ନେଇ ହତ୍ୟାକାଣ୍ଡ ଘଟିଥିବାର ନଜିର ରହିଛି।

ସମ୍ବନ୍ଧିତ ଖବର