ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଦେଦର୍ହ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିଥିବା ଜଣାପଡ଼ିଛି। ଏଥିରେ ଗତ ରାତିରେ ଆଈଙ୍କର ମୃତ୍ୟୁ ଘଟିଥିବା ବେଳେ ସୋମବାର ନାବାଳକ ନାତିର ପ୍ରାଣହାନି ଘଟିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଖପ୍ରାଖୋଲ ବ୍ଲକ ଦେଦର୍ହ ଗ୍ରାମର କିଛି ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗତ ୨ /୩ ଦିନ ପୂର୍ବରୁ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ରବିବାର ରାତିରେ କୁମାରୀ ମେହେର (୫୫) ନାମକ ବିଧବା ମହିଳାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ସୋମବାର ତାଙ୍କ ନାତି ବବୁଲୁ(୯) (କୁମାରୀଙ୍କ ଝିଅର ପୁଅ)ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତେବେ ବର୍ତ୍ତମାନ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିଥିବା ସୂଚନା ରହିଥିବା ବେଳେ ଡାକ୍ତରଖାନାରେ ୧୦ ଜଣ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣାଯାଇଛି।
ଏଠାରେ ପ୍ରକାଶ ଥାଉ କି, ମୃତ କୁମାରୀଙ୍କ ଝିଅକୁ ପଦ୍ମପୁରରେ ବାହା ଦେଇଥିଲେ। ହେଲେ ତାଙ୍କ ଝିଅ ଜ୍ବାଇଁ ନିଜର ଭରଣପୋଷଣ ପାଇଁ ଦେଦର୍ହକୁ ଆସି ଛୋଟିଆ ଦୋକାନଟିଏ କରି ପରିବାର ଚଳାଉଛନ୍ତି।
ଝାଡ଼ାବାନ୍ତିରେ ଆଈଙ୍କ ମୃତ୍ୟୁ ପରେ ନାତିର ଜୀବନ ଗଲା
/sambad/media/post_attachments/wp-content/uploads/2022/09/c610959f-163a-4ad7-a313-cb35d310bb84.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)