ନାତୁଣୀ ମାଡ଼ରେ ଜେଜେ ଗୁରୁତର

ପୁରୀ: ନାତୁଣୀ ମାଡ଼ରେ ଜେଜେ ଗୁରୁତର | ପୁରୀ ଜିଲ୍ଲା ପିପିଲି ବ୍ଲକ ନୂଆଶାସନ ଗ୍ରାମପଞ୍ଚାୟତ ନାଏକ ସାହିରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି | ମିଳିଥିଵା ସୂଚନା ମୁତାବକ ଏହି ଗ୍ରାମରେ ରହୁଥିବା ଅନିଠା ବେହେରା ଆଜି ଏହି ଘରୋଇ ହିଂସାକାଣ୍ଡର ଶିକାର ହୋଇଛନ୍ତି | ଶ୍ରୀ ବେହେରାଙ୍କ ଅଭିଯୋଗ ମୁତାବକ ୮୪ ବର୍ଷୀୟ ଅନିଠା ନିଜ ଧର୍ମପତ୍ନୀ, ଦୁଇ ପୁଅବୋହୂ ଓ ନାତିନାତୁଣୀଙ୍କ ସହ ରହିଆସୁଛନ୍ତି |

ତେବେ ଜମି ବିବାଦକୁ ନେଇ ଦୁଇ ପୁଅ(ଶମ୍ଭୁ ବେହେରା ଓ ସବ୍ୟସାଚୀ ବେହେରା)ଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ବିବାଦ ଲାଗି ରହିଥିଲା | ତେବେ ଦୁଇ ଭାଇଙ୍କ କଳହ ଯୋଗୁଁ ଦୁଇ ବୋହୂଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଦେଖାଦେଉଥିଲା | ଆଜି ସକାଳେ ଦୁଇ ବୋହୁଙ୍କ ମଧ୍ୟରେ ଝଗଡା ଚାଲିଥିବାବେଳେ ବଡ ପୁଅ ଶମ୍ଭୁଙ୍କର ଦୁଇ ଝିଅ ତାଙ୍କ ଖୁଡିଙ୍କୁ ଆକ୍ରମଣ କରିଥିଲେ |

ଏହାକୁ ପ୍ରତିବାଦ କରିବାରୁ ଅନିଠାଙ୍କୁ ଦୁଇ ନାତୁଣୀ ଆକ୍ରମଣ କରିଥିଲେ | ଦୁଇ ନାତୁଣୀ ଜେଜେଙ୍କୁ ଆକ୍ରମଣ କରିବାରୁ ତାଙ୍କର ମୁଣ୍ଡ ଫାଟି ଯାଇଥିଲା | ଏହା ପରେ ଅନିଠାଙ୍କର ସାନ ପୁଅ ତାଙ୍କୁ ପିପିଲି ମେଡିକାଲରେ ଭର୍ତ୍ତି କରି ଥାନାରେ ଏତଲା ଦାୟର କରିଛନ୍ତି | ଘଟଣାକୁ ନେଇ ପୁଲିସ ତଦନ୍ତ ଜାରି ରହିଛି |

ସମ୍ବନ୍ଧିତ ଖବର