ପାତ୍ରପୁର: ଗଞ୍ଜାମଜିଲ୍ଲା ପାତ୍ରପୁର ବ୍ଲକ୍ ଜରଡ଼ା ଥାନା ଅଧୀନ ପଦାଦିଗି ପଞ୍ଚାୟତ ନାରାୟଣପୁର ଗ୍ରାମରେ ଆଜି ବଜ୍ରାଘାତରେ ସଂପର୍କୀୟ ଜେଜେବାପା ଓ ନାତିଙ୍କ ଜୀବନ ଯାଇଛି। ମୃତକମାନେ ହେଲେ ଏମ୍. ସାକିଲି କନ୍ୟାରୀ (୫୫) ଓ ତାଙ୍କ ନାତି ତଥା ଏମ୍. ସାନେୟା କନ୍ୟାରୀଙ୍କ ଏକମାତ୍ର ପୁଅ ଏମ୍. ଭୁବେଶୁ କନ୍ୟାରୀ (୨୦)। ସବୁଦିନ ଭଳି ଆଜି ଜେଜେବାପା ଓ ନାତି ଗାଈ, ଛେଳି ଓ ମଇଁଷି ଚରାଇବାକୁ ଅନ୍ୟମାନଙ୍କ ସହ ବଗି ନଦୀ ନିକଟକୁ ଯାଇଥିଲେ।
ମଧ୍ୟାହ୍ନଭୋଜନ କରିବାକୁ ଉଭୟ ଗଛ ତଳେ ବସିଥିବା ବେଳେ ହଠାତ୍ ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହୋଇଥିଲା। ବଜ୍ରାଘାତରେ ସାକିଲି ଓ ଭୁବେଶୁ ଅଚେତ ହୋଇପଡ଼ିବାରୁ ଅନ୍ୟମାନେ ଉଭୟଙ୍କୁ ଉଦ୍ଧାର କରି ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାର ହେବା କ୍ଷଣି କାନ୍ଦବୋବାଳିରେ ଡାକ୍ତରଖାନା ପରିବେଶ ଫାଟି ପଡ଼ିଥିଲା। ପୁଲିସ ପହଞ୍ଚି ଶବକୁ ଜବତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/05/13/XQH7kT7Nx9CLLKfsGJIe.jpg)