କଟକ: ତୃଣମୂଳସ୍ତରରୁ ଫୁଟ୍‌ବଲ ତାରକା ଚୟନ ପାଇଁ ଦୁଇଟି ଗ୍ରାସ୍‌ ରୁଟ୍‌ ସେଣ୍ଟ୍‌ର ଉଦ୍‌ଘାଟିତ ହୋଇଯାଇଛି। ସୁନ୍ଦରଗଡ଼ ଓ କଟକର ରାଇଜିଂ ଷ୍ଟାର ଫୁଟ୍‌ବଲ ଏକାଡେମି (ସତ୍ୟବ୍ରତ ‌ଷ୍ଟାଡିୟମ)ରେ ଏହି କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ଫୁଟ୍‌ବଲ ଆସୋସିଏସନ୍‌ ଅଫ୍ ଓଡ଼ିଶାର ଉପସଭାପତି ବିଜୟ ଦାସ, ଦିଲିପ ସାହୁ, ଯୁଗ୍ମ ସଂପାଦକ ମହମ୍ମଦ ସାହିଦ ଜବାର, ମହିଳା କମିଟି ଅଧ୍ୟକ୍ଷ ସହଦେବ ରାଉତ, କ୍ରୀଡ଼ା ଛାତ୍ରାବାସ ମୁଖ୍ୟ ଗଙ୍ଗାଧର ବେହେରା, ପୂର୍ବତନ ଫୁଟ୍‌ବଲ ଖେଳାଳି ହୃଷିକେଶ ବେହେରା, କାର୍ତ୍ତିକ ବେହେରା ପ୍ରମୁଖ କଟକ କେନ୍ଦ୍ର ଉଦଘାଟନ ଉତ୍ସବରେ ଉପସ୍ଥିତ ଥିଲେ। ସୁନ୍ଦରଗଡ଼ କେନ୍ଦ୍ର ଉଦଘାଟନ ଉତ୍ସବରେ ଅଭିଜିତ ମହନ୍ତ ମୁଖ୍ୟ ଅତିଥି ଭାବେ ‌ଯୋଗଦେଇଥିଲେ। ସେହିଭଳି ସେଣ୍ଟ୍‌ ଟେରେସା ସ୍କୁଲର ଅଧ୍ୟକ୍ଷ ପି. ସିଲଭା, ସୁନ୍ଦରଗଡ଼ କ୍ରୀଡା ସଂସଦର ସଂପାଦକ ପ୍ରଭାତ ଭୋଇ, ଜୟଦେବ ପାତ୍ର, ନିତ୍ୟ କୁମାର ବଳ, ଅଜୟ ବହିଦାର, ସୁରଜ ବଂଶାଲ, ସମାପ୍ତେନ୍ଦୁ ମେହେର ଓ ଅନିଲ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Advertisment

କଟକ ସନ୍‌ସାଇନ୍‌ ପଡିଆରେ ସନ୍‌ ସାଇନ୍‌ ଫୁଟ୍‌ବଲ ଏକାଡେମି ଉଦ୍‌ଘାଟିତ ହୋଇଛି। ସୁନ୍ଦରଗଡ଼ ଓ କଟକ ସତ୍ୟବ୍ରତ ଷ୍ଟାଡିୟମ ପ‌ରେ ଏହି ତୃତୀୟ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହି ଉଦ୍‌ଘାଟନ ଉତ୍ସବରେ ଫାଓର ଯୁଗ୍ମ ସଂପାଦକ ମହମ୍ମଦ ସାହିଦ ଜାବର, ବିଶ୍ବରଂଜନ ଘଡାଇ, ବିଜୟ କୁମାର ଦାସ, ସୁରଜିତ ଘୋଷ ପ୍ରମୁଖ ଏହାର ଉଦ୍‌ଘାଟନ ଉତ୍ସବରେ ଉପସ୍ଥିତ ଥିଲେ।