ଭୁବନେଶ୍ବର : କୋଭିଡ୍ ମୁକାବିଲାରେ ଆଗଧାଡ଼ିର ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ଅଙ୍ଗନବାଡ଼ି କର୍ମୀ ଏବଂ ଆଶାକର୍ମୀମାନଙ୍କ ପାଇଁ ରାଜ୍ୟ ସରକାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। କୋଭିଡ୍ ଯୁଦ୍ଧରେ ସାମିଲ ହୋଇ କାମ କରୁଥିବା କେହି ଅଙ୍ଗନବାଡ଼ି କର୍ମୀ ଯଦି ସଂକ୍ରମିତ ହୋଇ ମୃତ୍ୟୁବରଣ କରନ୍ତି, ତେବେ ତାଙ୍କ ସ୍ୱାମୀ କିମ୍ବା ନିକଟତମ ଆତ୍ମୀୟଙ୍କୁ ମାସିକ ୭୫୦୦ ଟଙ୍କା ସହାୟତା ଯୋଗାଇ ଦିଆଯିବ। ଅଙ୍ଗନବାଡ଼ି କର୍ମୀ ଜଣକ ଯଦି ବଞ୍ଚିଥାନ୍ତେ, ତାଙ୍କୁ ଯେବେ ୬୦ ବର୍ଷ ହୋଇଥାନ୍ତା, ସେ ପର୍ଯ୍ୟନ୍ତ ତାଙ୍କ ସ୍ୱାମୀ/ନିକଟତମ ଆତ୍ମୀୟ ଏହି ସହାୟତା ପାଇବେ। ସେହିଭଳି କୋଭିଡ୍ ଯୁଦ୍ଧରେ କାମ କରୁଥିବାବେଳେ ଯଦି କେହି ଆଶାକର୍ମୀ ମୃତ୍ୟୁବରଣ କରନ୍ତି, ସେ କ୍ଷେତ୍ରରେ ତାଙ୍କ ସ୍ୱାମୀ/ନିକଟତମ ଆତ୍ମୀୟ ଉପରୋକ୍ତ ପ୍ରକାରେ ମାସିକ ୫୦୦୦ ଟଙ୍କା ଲେଖାଏଁ ସହାୟତା ପାଇପାରିବେ। ପୂର୍ବରୁ ରାଜ୍ୟ ସରକାର ଆଶା ଓ ଅଙ୍ଗନବାଡ଼ି କର୍ମୀମାନଙ୍କ ସମେତ ସବୁ କୋଭିଡ୍ ଯୋଦ୍ଧାଙ୍କ ମୃତ୍ୟୁ କ୍ଷେତ୍ରରେ ୫୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଥିଲେ।
ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କ ପାଇଁ ବଡ଼ ଘୋଷଣା : କରୋନାରେ ମୃତ୍ୟୁ ହେଲେ ଅବସର ଯାଏ ପରିବାରକୁ ସହାୟତା
/sambad/media/post_attachments/wp-content/uploads/2020/07/DDSV.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)